Yami Goutam: ‘ଧୁରନ୍ଧର: ଦ ରିଭେଞ୍ଜ’ରେ କ୍ୟାମିଓ ପାଇଁ ମୋଟା ଅଙ୍କର ପାରିଶ୍ରମିକ ପାଇଛନ୍ତି କି ୟାମୀ ଗୌତମ?
"ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ ତାଙ୍କର ଆଗାମୀ ଚଳଚ୍ଚିତ୍ର "ନୟୀ ନବେଲୀ"କୁ ନେଇ ଚର୍ଚ୍ଚାରେ ଅଛନ୍ତି।
ଏହାରି ଭିତରେ ତାଙ୍କର ସୁପରହିଟ୍ ଫିଲ୍ମ "ଧୁରନ୍ଧର: ଦ ରିଭେଞ୍ଜ"ର ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କ୍ୟାମିଓ (ଭୂମିକା) ପୁଣିଥରେ ଚର୍ଚ୍ଚାକୁ ଆସିଛି।
ନିର୍ଦ୍ଦେଶକ ତଥା ସ୍ୱାମୀ ଆଦିତ୍ୟ ଧରଙ୍କ ଏହି ଫିଲ୍ମରେ ୟାମୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଚକିତ କରିଥିଲା।
ଫିଲ୍ମର ସଫଳତା ପରେ ଏପରି ଚର୍ଚ୍ଚା ହେଉଥିଲା ଯେ, ୟାମୀ ଏହି ସ୍ୱତନ୍ତ୍ର ଭୂମିକା ପାଇଁ ଏକ ବଡ଼ଧରଣର ପାରିଶ୍ରମିକ ଗ୍ରହଣ କରିଛନ୍ତି।
ବର୍ତ୍ତମାନ ଅଭିନେତ୍ରୀ ନିଜେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।Advertisment ମାଧୁରୀ ଦୀକ୍ଷିତଙ୍କ ପ୍ରଶ୍ନରେ ଖୁଲାସାସମ୍ପ୍ରତି ୟାମୀ ଏକ ମରାଠୀ କୁଇଜ୍ ଶୋ" "କୋଣ ହୋନାର କରୋଡ଼ପତି"ରେ ଅତିଥି ଭାବରେ ଯୋଗ ଦେଇଥିଲେ।
ସେଠାରେ ବଲିଉଡ୍ର ଭେଟେରାନ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସହ ଆଲୋଚନା ସମୟରେ ମାଧୁରୀ ତାଙ୍କୁ ପଚାରିଥିଲେ ଯେ, ସେ ଏହି ଫିଲ୍ମରେ କାମ କରିବା ପାଇଁ କୌଣସି ପଇସା ନେଇଥିଲେ କିମ୍ବା ସ୍ୱାମୀ ଆଦିତ୍ୟଙ୍କ ଅନୁରୋଧରେ କାମ କରିଥିଲେ?
ଆହୁରି ପଢନ୍ତୁ: ABVP: ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଜିମାତ୍, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଜବାବରେ ୟାମୀ ହସି ହସି କହିଥିଲେ ଯେ, ସେ ମଧ୍ୟ କୌଣସି ଏକ ସ୍ଥାନରେ ପଢ଼ିଥିଲେ ଯେ ଏହି କ୍ୟାମିଓ ପାଇଁ ତାଙ୍କୁ ଏକ ବଡ଼ ଚେକ୍ ମିଳିଛି, ଯାହା ପଢ଼ି ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଫିଲ୍ମର ଅଂଶବିଶେଷ ହେବା କେବଳ ଟଙ୍କା କିମ୍ବା ପାରିଶ୍ରମିକ ସୀମିତ ନଥିଲା।
ସେ କହିଛନ୍ତି, “କିଛି ଜିନିଷର ମୂଲ୍ୟ ଟଙ୍କାରେ ଆକଳନ କରାଯାଇପାରିବ ନାହିଁ, କିଛି ଜିନିଷ ଅମୂଲ୍ୟ ହୋଇଥାଏ।” ସ୍ୱାମୀଙ୍କ ନିର୍ଦ୍ଦେଶନାରେ କାମ କରିବା ତାଙ୍କ ପାଇଁ ସବୁଠୁ ବଡ଼ ପ୍ରାପ୍ତି ଥିଲା ବୋଲି ସେ ପ୍ରକାଶ କରିଛନ୍ତି।
ଫିଲ୍ମରେ ୟାମୀଙ୍କ ଭୂମିକା"ଧୁରନ୍ଧର: ଦ ରିଭେଞ୍ଜ"ରେ ୟାମୀ ଜଣେ ଅଣ୍ଡରକଭର୍ ଇଣ୍ଡିଆନ୍ ଏଜେଣ୍ଟ୍ "ଶାଜିଆ ବାନୋ" (ନର୍ସ ବେଶରେ) ଭୂମିକାରେ ନଜର ଆସିଥିଲେ।
ତାଙ୍କର ଏହି କ୍ଷୁଦ୍ର ଅଭିନୟ କାହାଣୀରେ ଏକ ବଡ଼ ମୋଡ଼ ଆଣିଥିଲା।
ଏହି ଫିଲ୍ମଟି ବକ୍ସ ଅଫିସ୍ରେ ଅନେକ ଐତିହାସିକ ରେକର୍ଡ କରିଥିଲା।
ଘରୋଇ ବକ୍ସ ଅଫିସ୍ରେ ୧୦୦୦ କୋଟିରୁ ଅଧିକ ଆୟ କରିବାରେ ଏହା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇଥିବାବେଳେ ବିଶ୍ୱବ୍ୟାପୀ ଏହାର କଲେକ୍ସନ ୧୮୦୦ କୋଟି ଟଙ୍କା ପାର୍ କରିଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।