Young woman: ଗେଷ୍ଟହାଉସ୍ରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ମାମଲା ରୁଜୁ କରି ବସିଛି ପୁଲିସ
ପୁରୀ/ନିମାପଡ଼ା: ଚାକିରି ଦେବାର ପ୍ରଲୋଭନ ଦେଖାଇ ନିମାପଡ଼ା ଡାକି ଆଣିବା ପରେ ଜଣେ ଯୁବତୀଙ୍କୁ ସ୍ଥାନୀୟ ନନ୍ଦିନୀ ଗେଷ୍ଟ ହାଉସ୍ରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କାହା ଆଗରେ କଥା ପ୍ରକାଶ କଲେ ହତ୍ୟା କରିବାକୁ ଧମକ ମିଳିବାରୁ ଯୁବତୀଜଣକ ନିମାପଡ଼ା ଛାଡ଼ି ଭୁବନେଶ୍ୱର ପଳାଇଥିଲେ। ସେଠାରେ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୁଲିସ ଜିରୋ ଏଫ୍ଆଇଆର୍ ରୁଜୁ କରି ନିମାପଡ଼ା ଥାନାକୁ ହସ୍ତାନ୍ତର କରିଥିଲା। ନିମାପଡ଼ା ପୁଲିସ କେସ୍ ନଂ ୨୯୮/୨୬ରେ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ ନିମାପଡ଼ାରେ ଉତ୍ତେଜନା ଦେଖାଦେଇଛି।
Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର
ମାମଲା ରୁଜୁ କରି ବସିଛି ପୁଲିସ
ଆପୋସ ସମାଧାନ ପାଇଁ ଚାପ
ଅଭିଯୋଗକାରୀ ବୟାନ ବଦଳାଉଛନ୍ତି: ପୁଲିସ
ଅଭିଯୋଗ ଅନୁଯାୟୀ, ନନ୍ଦିନୀ ଗେଷ୍ଟ ହାଉସ୍ର କର୍ମଚାରୀ ରମେଶଚନ୍ଦ୍ର ଦାସ, ରାଜା, ଅକ୍ଷୟ ଓ ସୁଶାନ୍ତ ଯୁବତୀଙ୍କୁ ଲଗାତାର ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ କହିବା ଅନୁଯାୟୀ, ସେ ପୂର୍ବରୁ ଭୁବନେଶ୍ୱରର ଏକ ଗେଷ୍ଟ ହାଉସ୍ରେ କାମ କରୁଥିଲେ। ନନ୍ଦିନୀ ଗେଷ୍ଟ ହାଉସ୍ରେ କ୍ୟାସିୟର୍ ଭାବେ କାମ କରୁଥିବା ରମେଶ ତାଙ୍କୁ ସେଠାରେ ଭଲ ଦରମାରେ ଚାକିରି କରିବାକୁ ପ୍ରଲୋଭିତ କରିଥିଲା। ଫଳରେ ଚଳିତ ମାସ ୧ ତାରିଖରେ ସେ ନନ୍ଦିନୀ ଗେଷ୍ଟ ହାଉସ୍କୁ ଆସି କାମରେ ଯୋଗ ଦେଇଥିଲେ। ଏହି ସମୟରେ ରମେଶ ତାଙ୍କଠାରୁ ୧୫ ହଜାର ୪ ଶହ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।
Neglect: ସର୍ବୋଚ୍ଚ ଶିଖରରେ ଥିବା ୩ ଜୁଆଙ୍ଗ ଗାଁରେ ଜଳ ପ୍ରଳୟ; ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ
ଯୁବତୀଙ୍କ ଅନୁସାରେ, ସେପ୍ଟେମ୍ବର ୩ ତାରିଖରେ ରୁମ୍ ନମ୍ବର ୧୦୧ରେ ରମେଶ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ କାହାକୁ କହିଲେ ହତ୍ୟା କରିବ ବୋଲି ଧମକ ଦେଇଥିବା ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି। ପରେ ୮ ତାରିଖରେ ରୁମ୍ ନମ୍ବର ୧୦୨ରେ ରାଜା ତାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅକ୍ଷୟ ଓ ସୁଶାନ୍ତ ମଧ୍ୟ ଦୁଷ୍କର୍ମ କରିଥିଲେ। ଏହା ପରେ ଭୟଭୀତ ହୋଇ ଯୁବତୀଜଣକ ନିମାପଡ଼ା ଛାଡ଼ି ଭୁବନେଶ୍ୱର ଚାଲିଯିବା ସହ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ଅନ୍ୟପକ୍ଷରେ ପୁଲିସ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି କିଛି ଲୋକ ନନ୍ଦିନୀ ଗେଷ୍ଟ ହାଉସ୍ ସମ୍ମୁଖରେ ହୋହଲ୍ଲା କରିଥିଲେ। ଫଳରେ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଗେଷ୍ଟ ହାଉସ୍ ସମ୍ମୁଖରେ ଉତ୍ତେଜନା ଲାଗି ରହିଥିଲା। ଅଭିଯୋଗ ଆଧାରରେ ନିମାପଡ଼ା ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ତେବେ ପୁଲିସର କହିବାନୁଯାୟୀ, ମହିଳାଜଣକ ନିଜ ବୟାନ ବାରମ୍ବାର ବଦଳାଉଛନ୍ତି। ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ସେଠାରେ ମଧ୍ୟ ସେ ବୟାନ ବଦଳାଇଥିବା ପୁଲିସ କହିଛି। ୪ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।