Youth Olympics: ଯୁବ ଅଲିମ୍ପିକ୍ସରେ ଭାଗନେବେ ତନ୍ବୀ
ଭୁବନେଶ୍ବର: ଚଳିତ ମାସ ୩୧ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ସେନେଗଲ୍ର ଡାକରରେ ହେବାକୁ ଥିବା ଯୁବ ଅଲିମ୍ପିକ୍ସ ରେ ଭାଗନେବେ ଓଡ଼ିଆ ଝିଅ ତନ୍ବୀ ପତ୍ରୀ।
ବ୍ୟାଡ୍ମିଣ୍ଟନ ଲାଗି ଘୋଷିତ ଭାରତୀୟ ଦଳରେ ସେ ସ୍ଥାନ ପାଇଛନ୍ତି।
ତନ୍ବୀଙ୍କ ସହ ଏହି ଦଳରେ ଦେବ ରୁପ୍ରେଲିଆ ରହିଛନ୍ତି।
ବିଶ୍ବ କନିଷ୍ଠ ବ୍ୟାଡ୍ମିଣ୍ଟନ ବାଳିକା ମାନ୍ୟତାରେ ତନ୍ବୀ ଅଷ୍ଟମରେ ଏବଂ ବାଳକ ବର୍ଗରେ ଦେବ ଚତୁର୍ଥରେ ରହିଛନ୍ତି।
Advertisment ଯୁବ ଅଲିମ୍ପିକ୍ସରେ ଓଡ଼ିଆ ଝିଅ ତନ୍ବୀ ବାଳିକା ଓ ଦେବ ବାଳକ ଏକକରେ ପ୍ରତିନ୍ଦ୍ବିତା କରିବେ।
ଉଭୟ ମଧ୍ୟ ଏକାଠି ମିଶ୍ରିତ ଯୁଗଳରେ ଅଂଶଗ୍ରହଣ କରିବେ।
ସୂଚନାଯୋଗ୍ୟ ଯେ ଗତ ମାସରେ ଚେଙ୍ଗଡୁରେ ଆୟୋଜିତ ୧୫ ଓ ୧୭ ବର୍ଷରୁ କମ୍ ଏସୀୟ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ବାଳିକା ଏକକରେ ସ୍ବର୍ଣ୍ଣ ପଦକ ଜିତିଥିଲେ।
୨୦୨୪ ସଂସ୍କରଣରେ ସେ ୧୫ ବର୍ଷରୁ କମ୍ ବର୍ଗରେ ସ୍ବର୍ଣ୍ଣ ପାଇଥିଲେ।
ପରବର୍ତ୍ତୀ ଲକ୍ଷ୍ୟ ନୂଆ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।