Zonal-level debate and Sa-Re-Ga-Ma : ସରିଲା ଜୋନ୍ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା: ଭାଗନେଲେ ୬୯୭ ପ୍ରତିଯୋଗୀ
ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବ ଉପଲକ୍ଷେ ଆୟୋଜିତ ଜୋନ୍ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆଜି ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ବିତର୍କ ପ୍ରତିଯୋଗିତା ଏବ˚ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍’ ପକ୍ଷରୁ ସାରେଗାମା ପ୍ରତିଯୋଗିତା ‘ସମ୍ବାଦ’ର ୧୦ଟି ଜୋନ୍ ଭୁବନେଶ୍ବର, କଟକ, ଅନୁଗୁଳ, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଜୟପୁର, ଯାଜପୁର ଓ ବଲାଙ୍ଗୀରରେ ଆୟୋଜିତ ହୋଇଥିଲା। ଦୁଇଟି ଯାକ ପ୍ରତିଯୋଗିତାରେ ୬୯୭ ଜଣ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ବିତର୍କରେ ୨୬୫ ଜଣ ଓ ସାରେଗାମାରେ ୪୩୨ ଜଣ ଭାଗ ନେଇଥିଲେ। ଏହି ଦୁଇଟି ଯାକ ପ୍ରତିଯୋଗିତା କେବଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ), ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।
Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ
ବାଲେଶ୍ବର ଜୋନ୍ରେ ୨୪ ଜଣ ବିତର୍କରେ ଓ ୪୧ ଜଣ ସାରେଗାମାରେ, ଜୟପୁର ଜୋନ୍ରେ ୩୦ ଜଣ ବିତର୍କରେ ଓ ୫୫ ଜଣ ସାରେଗାମାରେ, ବ୍ରହ୍ମପୁର ଜୋନ୍ରେ ୩୪ ଜଣ ବିତର୍କରେ ଓ ୬୭ ଜଣ ସାରେଗାମାରେ ଭାଗ ନେଇଥିଲେ। ସେହିପରି ସମ୍ବଲପୁର ଜୋନ୍ ବିତର୍କରେ ୩୭ ଜଣ ଓ ସାରେଗାମାରେ ୫୪ ଜଣ, କଟକ ଜୋନ୍ ବିତର୍କରେ ୪୭ ଜଣ ଓ ସାରେଗାମାରେ ୭୦ ଜଣ, ଯାଜପୁର ଜୋନ୍ ବିତର୍କରେ ୨୨ ଓ ସାରେଗାମାରେ ୩୮ ଜଣ, ରାଉରକେଲା ଜୋନ୍ ବିତର୍କରେ ୨୮ ଜଣ ଓ ସାରେଗାମାରେ ୨୫ ଜଣ, ଭୁବନେଶ୍ବର ଜୋନ୍ ବିତର୍କରେ ୨୩ ଜଣ ଓ ସାରେଗାମାରେ ୨୬ ଜଣ, ଅନୁଗୁଳ ଜୋନ୍ ବିତର୍କରେ ୧୫ ଜଣ ଓ ସାରେଗାମାରେ ୨୪ ଜଣ, ବଲାଙ୍ଗୀର ଜୋନ୍ ବିତର୍କରେ ୧୧ ଜଣ ଓ ସାରେଗାମାରେ ୨୬ ଜଣ ଅଂଶଗ୍ରହଣ କରିଥିଲେ।
FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସକାଳ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହାର ୧ ଘଣ୍ଟା ପୂର୍ବରୁ ବିତର୍କର ବିଷୟବସ୍ତୁ ‘ଚରମ ଜଳବାୟୁ ପାଇଁ ଆମେ
ଦାୟୀ’ ଘୋଷଣା କରାଯାଇଥିଲା। ପ୍ରତିଯୋଗୀମାନେ ବିଷୟବସ୍ତୁ ସପକ୍ଷରେ/ବିପକ୍ଷରେ ସେମାନଙ୍କ ସୁଚିନ୍ତିତ ମତ ରଖିଥିଲେ। ବିଚାରକମାନେ ପ୍ରତିଯୋଗୀଙ୍କ ଭାଷା, ବିଷୟ ଓ ତର୍କକୁ ନେଇ ନମ୍ବର ଦେଇଥିଲେ। ସେହିପରି ସାରେଗାମା ପ୍ରତିଯୋଗିତାର ପ୍ରତିଯୋଗୀମାନେ ଓଡ଼ିଆ ବା ହିନ୍ଦୀ ଭାଷାର ଲଘୁ କଣ୍ଠ ସଙ୍ଗୀତ (ଭଜନ/ଆଧୁନିକ) ଗାଇଥିଲେ। ପ୍ରତି ଜୋନ୍ରେ ଉଭୟ ପ୍ରତିଯୋଗିତାର ପ୍ରଥମ ତିନିଟି ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଛି। ଏହି କୃତୀ ପ୍ରତିଯୋଗୀମାନେ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବେ। ଏ ସଂପର୍କରେ ଖୁବ୍ଶୀଘ୍ର ସବିଶେଷ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।