ଅଞ୍ଚଳରେ ଅପରାଧ ନ ଘଟିବା ପାଇଁ ମା’ ଦୁର୍ଗାଙ୍କୁ ଆରାଧନା କଲେ ପୋଲିସ କର୍ମଚାରୀ
ପଦ୍ମପୁର,୨୧ା୧୦(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାର ପଦ୍ମପୁର ଥାନାରେ ବିଜୟା ଦଶମୀ ଓ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ ଥାନାକୁ ବିଭିନ୍ନ ରଙ୍ଗର ରଙ୍ଗୋଲି, ଫୁଲ, ବେଲୁନ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ ବାହାର କରି ପୋଲିସ କର୍ମଚାରୀମାନେ ଏହି ଦିନଟିକୁ ଉତ୍ସାହର ସହ ପାଳନ କରିଥିଲେ। ଉଭୟ ଥାନାରେ ଅପରାଧ ନ ହେବା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ଥାନା ଅଧିକାରୀ ଦ୍ୱୟ ମା’ଙ୍କୁ ପ୍ରାର୍ଥନା କରିଥଲେ। ପଦ୍ମପୁର ଥାନାରେ ଆଇଆଇସି କେ. ସିମିରିଆ, ଅନ୍ତର଼୍ୟାମୀ ବେହେରା, ଚିତ୍ତରଞ୍ଜନ ଜେନା କର୍ତ୍ତା ଭାବେ ନୀତିକାନ୍ତିରେ ଦେବ ନୀତି ସମ୍ପନ୍ନ କରିଥଲେ। ପୂଜକ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିଲେ। ପୂଜା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଅନ୍ନଭୋଗ ଭୋଗ ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ଥାନାର ସମସ୍ତ କର୍ମଚାରୀ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।