ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ିରୁ ୭.୨୮, ଫ୍ଲାଟ୍‌ରୁ ୧୪.୬୦ ଲକ୍ଷ ଟଙ୍କା ଜବତ

Oct 17, 2026 - 12:55
ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ିରୁ ୭.୨୮,  ଫ୍ଲାଟ୍‌ରୁ ୧୪.୬୦ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୧୭।୧୦: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍‌ ଦାସ। ତାଙ୍କ ଗାଡ଼ିରୁ ନଗଦ ୭ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଥିବା ବେଳେ ଭୁବନେଶ୍ୱରର ଘାଟିକିଆସ୍ଥିତ ତାଙ୍କ ଫ୍ଲାଟ୍‌ରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ମିଳିଛି। ଏହିପରି ତାଙ୍କଠାରୁ ମୋଟ ୨୧ ଲକ୍ଷ ୮୮ ହଜାର ଟଙ୍କା ଜବତ କରାଯାଇଛି। ଘଟଣା ପରେ ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ଭିଜିଲାନ୍ସ ଟିମ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ିକୁ ଯାଞ୍ଚ କରିଥିଲା। ସରକାରୀ କାର୍ଯ୍ୟରେ ନିୟୋଜିତ ଏକ ବୋଲେରୋ ଗାଡ଼ିରେ ସେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଯାଞ୍ଚ ସମୟରେ ୭ ଲକ୍ଷ ୨୮ ହଜାର ଟଙ୍କା ମିଳିଥିଲା। ଏତେ ପରିମାଣର ଟଙ୍କା କେଉଁଠାରୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା, ସେ ସମ୍ପର୍କରେ ଯନ୍ତ୍ରୀ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବା ଜଣାପଡ଼ିଛି।

ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘାଟିକିଆସ୍ଥିତ ଫ୍ଲାଟ୍‌ରେ ଯାଞ୍ଚ କରାଯାଇଥିଲା। ସେଠାରୁ ନଗଦ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଥିଲା। ଗାଡ଼ି ଓ ଫ୍ଲାଟ୍‌ରୁ ମିଳିଥିବା ଟଙ୍କାକୁ ମିଶାଇ ମୋଟ ୨୧ ଲକ୍ଷ ୮୮ ହଜାର ଟଙ୍କା ଜବତ କରାଯାଇଛି।

ଏତେ ପରିମାଣର ନଗଦ ଟଙ୍କା ମିଳିବା ପରେ ଏହାର ଉତ୍ସ ଓ ଆର୍ଥିକ କାରବାର ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଚଳାଇଛି। ଜବତ ଟଙ୍କାର ଉତ୍ସ ଏବଂ ଏହା ପଛରେ ଅନ୍ୟ କୌଣସି ଅନିୟମିତତା ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।