ଅନ୍ତର୍ଜାତୀୟ ଫୁଟବଲ୍‌କୁ ବାଏ ବାଏ କଲେ କ୍ରିଷ୍ଟିଆନୋ ରୋନାଲ୍ଡୋ…

Nov 05, 2026 - 16:59
ଅନ୍ତର୍ଜାତୀୟ ଫୁଟବଲ୍‌କୁ ବାଏ ବାଏ କଲେ କ୍ରିଷ୍ଟିଆନୋ ରୋନାଲ୍ଡୋ…

ନନ୍ଦିଘୋଷ ବ୍ୟୁରୋ : ପର୍ତ୍ତୁଗାଲର ଫୁଟବଲ୍ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ଏହି ବଡ଼ ଘୋଷଣା କରିଛନ୍ତି। ନଭେମ୍ବର ଅନ୍ତର୍ଜାତୀୟ ବ୍ରେକ୍ ପରେ ସେ ପର୍ତ୍ତୁଗାଲ ଜାତୀୟ ଦଳର ୭ ନମ୍ବର ଜର୍ସି ଫେରାଇଦେବେ ବୋଲି କହିଛନ୍ତି।

ତେବେ ୪୧ ବର୍ଷୀୟ ରୋନାଲ୍ଡୋ ପର୍ତ୍ତୁଗାଲ ପାଇଁ ୨୩୪ଟି ମ୍ୟାଚ୍ ଖେଳି ୧୪୬ଟି ଗୋଲ୍ ସ୍କୋର କରିଛନ୍ତି। ଅନ୍ତର୍ଜାତୀୟ ଫୁଟବଲ୍‌ରେ ସର୍ବାଧିକ ମ୍ୟାଚ୍ ଓ ସର୍ବାଧିକ ଗୋଲ୍‌ର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ମାଞ୍ଚେଷ୍ଟର ୟୁନାଇଟେଡ୍ ଓ ରିଅଲ୍ ମାଡ୍ରିଡ୍ ପକ୍ଷରୁ ଖେଳି ସେ ୬ ଥର ଚାମ୍ପିୟନ୍ସ ଲିଗ୍ ଟାଇଟଲ୍ ମଧ୍ୟ ଜିତିଛନ୍ତି। ଏହାସହ ୟୁରୋ କପ୍ ଓ ନେସନ୍ସ ଲିଗ୍ ଚାମ୍ପିୟନ୍ ହୋଇଛନ୍ତି ରୋନାଲ୍ଡୋ ।

ନିଜ ଅବସର ଘୋଷଣା କରି ରୋନାଲ୍ଡୋ କହିଛନ୍ତି, ପର୍ତ୍ତୁଗାଲ ପାଇଁ ମୁଁ ମୋର ସବୁକିଛି ଦେଇଛି। ଏହି ୨୩ ବର୍ଷର ଭଲପାଇବା ଓ ବିଶ୍ୱାସ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ପର୍ତ୍ତୁଗାଲ ସବୁବେଳେ ମୋ ହୃଦୟରେ ରହିବ।

ତେବେ ଏହାର ଦୁଇ ସପ୍ତାହ ପୂର୍ବରୁ ଜାତୀୟ ଦଳର କ୍ୟାମ୍ପ ଛାଡ଼ିବା ଘଟଣାରେ ତାଙ୍କୁ ୨୮୫ ଡଲାର ଜରିମାନା ସହ ୩୦ ଦିନ ପାଇଁ ନିଲମ୍ବନ କରାଯାଇଥିଲା।

ଏହା ପୂର୍ବରୁ ରୋନାଲ୍ଡୋ ୨୦୨୬ ଫିଫା ବିଶ୍ୱକପ୍ ନିଜ କ୍ୟାରିୟରର ଶେଷ ବିଶ୍ୱକପ୍ ହେବ ବୋଲି କହିଥିଲେ। ୨୦୦୬, ୨୦୧୦, ୨୦୧୪, ୨୦୧୮, ୨୦୨୨ ଓ ୨୦୨୬ ବିଶ୍ୱକପ୍‌ରେ ଗୋଲ୍ କରି ସେ ଏକ ଐତିହାସିକ ରେକର୍ଡ କରିଛନ୍ତି। ବିଶ୍ୱକପ୍‌ରେ ତାଙ୍କ ନାଁରେ ମୋଟ ୧୧ଟି ଗୋଲ୍ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।