ଅପରେସନ ‘ଦମନ’ ବନାମ ଅପରାଧୀଙ୍କ ଦମନଲୀଳା
ନନ୍ଦିଘୋଷ ବ୍ୟୁରୋ : ଅପରେସନ ‘ଦମନ’ ବନାମ ଅପରାଧୀଙ୍କ ଦମନଲୀଳା । ପୂଜା ପୂର୍ବରୁ ଆକ୍ସନ ମୋଡ଼ରେ ଓଡ଼ିଶା ପୋଲିସ । ହାର୍ଡକୋରଙ୍କୁ ଏନକାଉଣ୍ଟର, ସେପଟେ ରାଜଧାନୀରେ ଫୁଟିଲା ଗୁଳି । ….ସରିଛି ଗଣେଶ ପୂଜା । ଆଗକୁ ଦଶହରା। ପାର୍ବଣ ଋତୁ ପାଇଁ ପୋଲିସ ଅଣ୍ଟା ଭିଡୁଥିବା ବେଳେ ରାଜଧାନୀରେ ଫୁଟିଛି ଗୁଳି । ଫେସବୁକ ଲାଇଭରୁ ଘଟିଛି ତୁମୁଳକାଣ୍ଡ । ଭରତପୁର ଥାନା ଅନ୍ତର୍ଗତ ଘାଟିକିଆର ଏକ ଘରୋଇ ହସ୍ପିଟାଲ ନିକଟରେ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ୫ ଜଣ ଆହତ ହୋଇଛନ୍ତି । ରାତି ପ୍ରାୟ ୨ ଟା ୪୫ ରେ ଏଭଳି ଘଟଣା ଘଟିଥିବା ବେଳେ ଆଜି ପୋଲିସ ଆରମ୍ଭ କରିଛି ସର୍ଜମିନ ଯାଞ୍ଚ । ଘଟଣାସ୍ଥଳରୁ ୨ ଟି ଖୋକା ଜବତ ହୋଇଛି । ଖବର ପାଇ ସାଇଣ୍ଟିଫିକ ଟିମ ମଧ୍ୟ କ୍ରାଇମ ସ୍ପଟରେ ପହଁଚି ଖୋଳତାଡ଼ ଆରମ୍ଭ କରିଛି । ଜବତ ସିସିଟିଭି ରୁ ପୋଲିସ କିଛି ସୁରାକ ପାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଚଳାଇଛି ଚଢ଼ାଉ । ….
ସେପଟେ ଆଜିଠୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ । ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ । ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ପ୍ରତିଷେଧମୂଳକ ଆଇନଗତ ପଦକ୍ଷେପ ନିଆଯିବ । ବେଆଇନ ମଦ କାରବାର, ନିଶାଦ୍ରବ୍ୟ ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କାରବାର ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ବଳପୂର୍ବକ ଚାନ୍ଦା ଆଦାୟ ଏବଂ ସଂଗଠିତ ଅପରାଧ ବିରୋଧରେ ମଧ୍ୟ କଡ଼ା ଆଇନଗତ ପଦକ୍ଷେପ ନିଆଯିବ । ଅପରାଧୀଙ୍କ ଗତିବିଧି ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ବ୍ଲକିଂ ଓ ବର୍ଡର ସିଲିଂ କରାଯିବ। ଜିଲ୍ଲା ପୋଲିସ, ରେଳବାଇ ପୋଲିସ, କମିଶନରେଟ୍ ପୋଲିସ ଓ ସମ୍ପୃକ୍ତ ପୋଲିସ ୟୁନିଟ୍ଗୁଡ଼ିକ ପରସ୍ପର ସମନ୍ୱୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବେ।
ଆସନ୍ତାକାଲି ଠାରୁ ବିଧାନସଭା । ପୁରା ସହରରେ ପୋଲିସର କଡା ପ୍ରହରା। ଏସବୁକୁ ମାତ୍ ଦେଇ ରାଜଧାନୀରେ ଗୁଳି ଫୁଟିବା ଘଟଣା ପୋଲିସ ପାଇଁ ବଢ଼ାଇଛି ଟେନ୍ସନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।