ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’
ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି ହତ୍ୟା କରାଯାଇଥିବା ମାମଲାରେ ପୋଲିସ ଶିଶୁଙ୍କ ମା’ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଶିଶୁମାନେ ନିଜ ସମ୍ପର୍କରେ ବାଧା ବୋଲି ଭାବି ଏଭଳି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।
ଅଗଷ୍ଟ ୩୦ ତାରିଖରେ ବାଣିୟମ୍ବାଡି ନିକଟ ଆଲଙ୍ଗାୟମ ପଞ୍ଚାୟତର ପେଟ୍ଟୁର ଅଞ୍ଚଳରେ ଥିବା ଏକ କୂଅରେ ଦୁଇ ଶିଶୁଙ୍କ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତଦେହଗୁଡ଼ିକୁ ଭେଲୋର ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।ଘଟଣାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୬ ଦିନ ପରେ ତିରୁଭନ୍ନାମଲାଇ ଜିଲାର ଜମୁନା ମରଥୁର ଅଞ୍ଚଳର ୨୫ ବର୍ଷୀୟ ମୃତ ଶିଶୁଙ୍କ ମା’ଙ୍କୁ ପୋଲିସ ଗିରଫ କରିଥିଲା।ପଚରାଉଚରା ସମୟରେ ସେ ନିଜ ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗିଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଥିବା ତଦନ୍ତକାରୀମାନେ କହିଛନ୍ତି।
ପୋଲିସ ସୂଚନା ଅନୁସାରେ, ମହିଳାଙ୍କ ସ୍ୱାମୀ ପ୍ରାୟ ଏକ ବର୍ଷ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଲାଲ୍ ଚନ୍ଦନ ଚୋରାଚାଲାଣ ମାମଲାରେ ଗିରଫ ହୋଇଥିଲେ ଏବଂ ବର୍ତ୍ତମାନ ଜେଲ୍ରେ ଅଛନ୍ତି। ଏହି ସମୟରେ ମହିଳାଙ୍କର ଆଥିପଟ୍ଟୁ ଗାଁର ଜଣେ ବିବାହିତ ଡ୍ରାଇଭରଙ୍କ ସହ ସମ୍ପର୍କ ଗଢ଼ିଉଠିଥିବା ପୋଲିସ ତଦନ୍ତରେ ଜଣାପଡ଼ିଥିବା କୁହାଯାଇଛି। ଡ୍ରାଇଭରଙ୍କର ମଧ୍ୟ ତିନିଜଣ ସନ୍ତାନ ଥିବା ପୋଲିସ କହିଛି । ତଦନ୍ତ ଅନୁସାରେ, ଦୁଇଜଣ ନିଜ ସମ୍ପର୍କରେ ଶିଶୁମାନେ ବାଧା ସୃଷ୍ଟି କରୁଥିବା ଭାବି ସେମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।