ଅର୍ଣ୍ଣବ କ୍ଷୟକ୍ଷତିର ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌: ମନ୍ତ୍ରୀ

Oct 30, 2026 - 13:47
ଅର୍ଣ୍ଣବ କ୍ଷୟକ୍ଷତିର ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌: ମନ୍ତ୍ରୀ

ଭୁବନେଶ୍ୱର,୩୦ା୧୦: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ସ୍ଥିତି ସଙ୍କଟ ରୂପ ନେଇଛି। ବିଶେଷ କରି ରାଜ୍ୟର ମାଲକାନଗିରି ତୁଳନାରେ ଏଥର ଗଞ୍ଜାମ ଓ ଗଜପତି ଜିଲା ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମ ଜିଲାରେ ୪୩ ହଜାରରୁ ଅଧିକ ଲୋକ ବନ୍ୟାଜଳ ଘେରରେ ଫସି ରହିଥିବା ବେଳେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଅର୍ଣ୍ଣବ କ୍ଷୟକ୍ଷତିର ଆକଳନ ପାଇଁ ନଭେମ୍ବର ୨ ତାରିଖରେ ଏକ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବେ ବୋଲି ମନ୍ତ୍ରୀ କହିଛନ୍ତି।

ଏପରିକି ମନ୍ତ୍ରୀ ଏସ୍‌ଆର୍‌ସି କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟାଞ୍ଚଳ ପରିଦର୍ଶନରେ ଯିବା ପୂର୍ବରୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ୟା ପରିସ୍ଥିତି ଓ ସରକାରଙ୍କ ରିଲିଫ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ତୁରନ୍ତ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ଜିଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜଳବନ୍ଦୀ ହୋଇ ରହିଥିବା ଦୁର୍ଗମ ଅଞ୍ଚଳଗୁଡ଼ିକରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ହେଲିକପ୍ଟର ମାଧ୍ୟମରେ ଆକାଶ ମାର୍ଗରୁ ଶୁଖିଲା ଖାଦ୍ୟ ଓ ରିଲିଫ ସାମଗ୍ରୀ ବଣ୍ଟନ କରାଯିବ। ଯେଉଁ ଅଞ୍ଚଳରେ ଡଙ୍ଗା ଚଳାଚଳ ସମ୍ଭବ, ସେଠାରେ ବୋଟ ମାଧ୍ୟମରେ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।