ଅର୍ଣ୍ଣବକୁ ନେଇ ସମୁଦ୍ର କୂଳିଆ ଗାଁରେ ଛନକା, ବିପଦରେ ପେଣ୍ଠ ପୁରୁଣା ପଥରବନ୍ଧ

Oct 28, 2026 - 11:58
ଅର୍ଣ୍ଣବକୁ ନେଇ ସମୁଦ୍ର କୂଳିଆ ଗାଁରେ ଛନକା, ବିପଦରେ ପେଣ୍ଠ ପୁରୁଣା ପଥରବନ୍ଧ

ରାଜନଗର, ୨୮ା୧୦(ଭାସ୍କର ରାଉତରାୟ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅର୍ଣ୍ଣବକୁ ନେଇ କେନ୍ଦ୍ରାପଡ଼ା ଜିଲାର ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଛନକା ପଶିଛି। ଅଶାନ୍ତ ସମୁଦ୍ରର ଉଚ୍ଚ ଜୁଆର ଏବେ ପେଣ୍ଠ ଗାଁ ନିକଟରେ ପୂର୍ବରୁ ନିର୍ମାଣ ହୋଇଥିବା ପୁରୁଣା ପଥର ବନ୍ଧରେ ମାଡ଼ ହେବା ଦ୍ୱାରା ଏହା ଏବେ ବିପଦସଙ୍କୁଳ ସ୍ଥିତିରେ ପହଞ୍ଚିଛି। ଯାହାକୁ ନେଇ ପେଣ୍ଠ ଗାଁର ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହାକୁ ନେଇ ରାଜନଗର ତଟବନ୍ଧ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ସ୍ଥିତି ଉପରେ ଆମେ ସଜାଗ ରହିଛୁ। ଏହି ପୁରୁଣା ବନ୍ଧ ମରାମତି ପାଇଁ ଟେଣ୍ଡର ସରିଛି, ବାତ୍ୟା ପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।