ଅସାଧାରଣ ସାମୁଦ୍ରିକ ଜୀବ ବିଗ୍ଫିନ୍ ସ୍କ୍ୱିଡ୍
ଆମେରିକାର କାଲିଫର୍ଣ୍ଣିଆ ଉପକୂଳ ନିକଟରେ ବୈଜ୍ଞାନିକମାନେ ଏକ ଏଲିଅନ୍ ପରି ଦିଶୁଥିବା ଅସାଧାରଣ ସାମୁଦ୍ରିକ ଜୀବ ‘ବିଗ୍ଫିନ୍ ସ୍କ୍ୱିଡ୍’କୁ ଠାବ କରିଛନ୍ତି । ପ୍ରଶାନ୍ତ ମହାସାଗରର ଉତ୍ତର-ପୂର୍ବ ଭାଗରେ ପ୍ରଥମ ଥର ପାଇଁ ଜୀବନ୍ତ ଦେଖାଯାଇଥିବା ଏହି ଜୀବଟିର ବାହୁ ନିଜ ଶରୀର ତୁଳନାରେ ପ୍ରାୟ ୨୦ ଗୁଣ ଲମ୍ବା । ‘ଡକ୍ ରିକେଟ୍ସ’ ନାମକ ରୋବୋଟିକ୍ ସବ୍ମର୍ସିବଲ୍ ଦ୍ୱାରା ସମୁଦ୍ରରର ପ୍ରାୟ ୩.୨ କିଲୋମିଟର ଗଭୀରରେ ‘ଡେଭିଡସନ୍ ସିମାଉଣ୍ଟ’ ନିକଟରେ ଏହାକୁ ରେକର୍ଡ କରାଯାଇଛି । ମୋଣ୍ଟେରୀ ବେ ଆକ୍ୱାରିୟମ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦଳ ଗତ ୪୦ ବର୍ଷ ମଧ୍ୟରେ କେବଳ ଦୁଇଥର ଏହି ଜୀବକୁ ଦେଖିଥିବା ବେଳେ, ସାରା ବିଶ୍ୱରେ ଏପର୍ଯ୍ୟନ୍ତ ଏହା ମାତ୍ର ୭୦ ଥର ଦୃଶ୍ୟମାନ ହୋଇଛି । ୪ ଫୁଟ୍ ଲମ୍ବର ଏହି ବିରଳ ସ୍କ୍ୱିଡ୍ର ଦୁଇଟି ବଡ଼ ଡେଣା, ଆଠଟି ବାହୁ ଏବଂ ଦୁଇଟି ଲମ୍ବା ଟେଣ୍ଟାକଲ୍ସ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।