ଅସ୍ତରଙ୍ଗ ବ୍ଲକରେ ବିପର୍ଯ୍ୟସ୍ତ ଡାକ ସେବା
ଅସ୍ତରଙ୍ଗ : ଆଜି ପାଳିତ ହେଉଛି ବିଶ୍ୱ ଡାକ ଦିବସ । ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବିପର୍ଯ୍ୟସ୍ତ ଡାକ ସେବା। ଅସ୍ତରଙ୍ଗ ଉପ-ଡାକଘରର ମୁଖ୍ୟ କାର୍ଯ୍ୟାଳୟ ଭଡ଼ା ଘରେ ଚାଲୁଥିବା ବେଳେ ଏହାର ୯ଟି ଶାଖା ଡାକଘର ମଧ୍ୟ ଦୟନୀୟ ସ୍ଥିତିରେ ରହିଛି। ଅସ୍ତରଙ୍ଗ ଉପ-ଡାକଘର ଉପରେ ୧୫ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଜସ୍ବ ଗୃହ ନଥିବାରୁ ଭଡ଼ା ଘରେ ଅନେକ ସମସ୍ୟା ମଧ୍ୟରେ ଚାଲିଛି ଉପ ଡାକଘର। ବିଦ୍ୟୁତ କଟିଲେ ଡାକ ସେବା ଯୋଗାଇବା ବାଧାପ୍ରାପ୍ତ ହେଉଛି । ଉପ-ଡାକଘରର ମୁଖ୍ୟ କାର୍ଯ୍ୟାଳୟ ପାଇଁ ନିଜସ୍ବ ଜମି କି ବିଲଡିଂ ନାହିଁ। ସେପଟେ ଶାଖା ଡାକଘର ଗୁଡ଼ିକର ଅବସ୍ଥା ଆହୁରି ଶୋଚନୀୟ। ଅଧିକାଂଶ ଶାଖା ଡାକ ଘର ଭଡ଼ା ଘରେ ଚାଲୁଥିବା ବେଳେ ସେଠାକୁ ନେଟଓ୍ବର୍କ ଆସୁନି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କଟୁଥିବାରୁ କାମ ଠପ ହୋଇପଡ଼ୁଛି। ଚାକିରୀ ସମ୍ବନ୍ଧୀୟ କିମ୍ବା କୌଣସି କାର୍ଯ୍ୟରେ ସ୍ପିଡ଼ ପୋଷ୍ଟ, ରେଜିଷ୍ଟ୍ରି କରିବାକୁ ଆସୁଥିବା ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। ଡାକଘର ଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି…।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।