ଆଇପିଏସ ସଂଜୀବ ପଣ୍ଡା ଏବଂ ଯଶବନ୍ତ ଜେଠୱାଙ୍କୁ ଡିଜି ପାହ୍ୟା
ଭୁବନେଶ୍ୱର : ନୂତନ ଡିଜିପି ନୁଯୁକ୍ତି କୁ ନେଇ ବଡ଼ ଖବର । ଆଇପିଏସ ସଂଜୀବ ପଣ୍ଡା ଏବଂ ଯଶବନ୍ତ ଜେଠୱାଙ୍କୁ ଡିଜି ପାହ୍ୟା । ଏଡିଜି ରୁ ଡିଜି ପାହ୍ୟାକୁ ପଦୋନ୍ନତି । ୧୯୯୪ ବ୍ୟାଚର ଆଇପିଏସ ସଂଜୀବ ପଣ୍ଡା ଏବଂ ଯଶବନ୍ତ ଜେଠୱାଙ୍କୁ ଏଡିଜି ରୁ ଡିଜି ପାହ୍ୟାକୁ ପଦୋନ୍ନତି ପ୍ରସ୍ତାବ କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନ୍ୟପଟେ, ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ବା ଡିଜିପି କିଏ ହେବେ, ତାକୁ ନେଇ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ। ତେଣୁ ତାଙ୍କ ସ୍ଥାନରେ କାହାକୁ ନୂଆ ଡିଜିପି ଭାବେ ଦାୟିତ୍ୱ ଦିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।