ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Sep 14, 2026 - 21:20
ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଏକ ଦମ୍ପତି ଅଛନ୍ତି। ଆକ୍ରମଣରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଥିବା ପୋଲିସ କହିଛି। ତେବେ କୌଣସି ଗୋଷ୍ଠୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ପୋଲିସ କହିବା ଅନୁଯାୟୀ ଟୋଲେନ ଗ୍ରାମରେ ସକାଳ ସାଢ଼େ ୫ଟାରେ ପ୍ରଥମ ଆକ୍ରମଣ ଘଟଣାରେ ଲିଙ୍ଗଜାଙ୍ଗାଇ ସିଙ୍ଗସିଟ୍‌ ନାମକ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଗୁଳିମାଡ଼ରେ ଗୁରୁତର ତାଙ୍କ ସ୍ବାମୀ ସେଇନେହ ସିଙ୍ଗସିଟ୍‌ଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା।

ଦ୍ୱିତୀୟ ଆକ୍ରମଣ ଏହାର ୧୦ ଘଣ୍ଟା ପରେ ଲୋଙ୍ଗପି ଗ୍ରାମରେ ଘଟିଥିଲା। ଏଥିରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଓ୍ବାଇ. ଖେମଚାନ୍ଦ ସିଂ ଘଟଣାରେ ଦୁଃଖପ୍ରକାଶ କରିବା ସହ ନିରୀହ ଲୋକଙ୍କୁ ହତ୍ୟା କରିବା ଭୀରୁତାପୂର୍ଣ୍ଣ କାର୍ଯ୍ୟ ଓ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।