ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

Sep 05, 2026 - 13:26
ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ ପ୍ରତି ମାସ ଏଲପିଜି ସିଲିଣ୍ଡର ପାଇଁ ବଜେଟ ବିଗିଡ଼ି ଯାଉଛି, ତେବେ ସରକାରଙ୍କ ଏହି ନୂଆ ଯୋଜନା ଆପଣଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇପାରେ। ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ପ୍ରତିବର୍ଷ ୩ଟି ଏଲପିଜି ସିଲିଣ୍ଡର ମୂଲ୍ୟ ବାବଦକୁ ୩,୦୦୦ ର ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ଏହି ଆକର୍ଷଣୀୟ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ୫ ସେପ୍ଟେମ୍ୱର ୨୦୨୬ ରୁ ଆରମ୍ଭ ହେଉଛି। ଆସନ୍ତୁ ଜାଣିବା ଏହି ମାଗଣା ଏଲପିଜି ସିଲିଣ୍ଡର ଯୋଜନାର ସମ୍ପୂର୍ଣ୍ଣ ସତ୍ୟତା, ଆବେଦନ କରିବାର ତରିକା ଏବଂ ଏଥିପାଇଁ କେଉଁ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ।

ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗରିବ ତଥା ମଧ୍ୟବିତ୍ତ ପରିବାରଗୁଡ଼ିକ ଉପରୁ ରନ୍ଧନ ଗ୍ୟାସ ଖର୍ଚ୍ଚର ବୋଝ ହ୍ରାସ କରିବା। ଯୋଜନା ଅନୁଯାୟୀ, ଯୋଗ୍ୟ ପରିବାରଗୁଡ଼ିକୁ ଗୋଟିଏ ବର୍ଷରେ ୩ଟି ସିଲିଣ୍ଡରର ମୂଲ୍ୟ ବାବଦକୁ ମୋଟ ୩,୦୦୦ ଟଙ୍କା ପ୍ରଦାନ କରାଯିବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।