ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

Aug 23, 2026 - 18:44
ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ରାୟଗଡ଼ା ଜିଲା କାଶିପୁର ଥାନା ଅଞ୍ଚଳର ପବିତ୍ର ନାଏକ (୨୦) ଏବଂ ସେ ଏକ ଇଞ୍ଜିନିୟରିଂ କଲେଜରେ ମାର୍କେଟିଂ ଏଜେଣ୍ଟଭାବେ କାମ କରୁଥିଲେ। ଅଭିଯୁକ୍ତ ଜଣଙ୍କ ବିଭିନ୍ନ କଲେଜର ଛାତ୍ରୀଛାତ୍ର ତଥା ସେମାନଙ୍କ ଅଭିଭାବକଙ୍କ ସମ୍ପର୍କରେ ତଥ୍ୟ, ଫୋନ୍‌ ନମ୍ବର ସଂଗ୍ରହ କରି ପରବର୍ତ୍ତୀ ସମୟରେ ନିଜକୁ ସମ୍ପୃକ୍ତ କଲେଜର କର୍ମଚାରୀ ପରିଚୟ ଦେଇ ଆଡ୍‌ମିଶନ ଅବଧି ସରି ଯାଉଥିବା କହି ଆଡ୍‌ମିଶନ ପାଇଁ ଅନ୍‌ଲାଇନ ପେମେଣ୍ଟ କରିବାକୁ ଛାତ୍ରୀଛାତ୍ର କିମ୍ବା ସେମାନଙ୍କ ଅଭିଭାବକଙ୍କ ପାଖକୁ କଲେଜ ଅଧ୍ୟକ୍ଷ କିମ୍ବା କିରାଣିଙ୍କ ନାମରେ କ୍ୟୁଆର ସ୍କାନର ପଠାଇ ଠକି ଆସୁଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।