ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା । ପାରଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଆତ୍ମସମର୍ପଣ କରିଛନ୍ତି ବିଦ୍ୟାଭାରତୀ । ଆତ୍ମସମର୍ପଣ ପରେ ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ । ପୂର୍ବରୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ସେ କୋର୍ଟରେ ହାଜର ହେବା ପାଇଁ ବାଧ୍ୟ ହୋଇଛନ୍ତି । ଏହି ମାମଲାରେ ଜଡ଼ିତ ଥିବା ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ମଧ୍ୟ ଗତ ଜୁଲାଇ ମାସରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ୨୦୨୧ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ସରକାରୀ ବାସ ଭବନରେ ସନ୍ଦେହଜନକ ଭାବରେ ପୋଡି ହୋଇ ମୃତ୍ୟୁ ବାରଣ କରିଥିଲେ ଏସିଏଫ ସୌମ୍ୟରଂଜନ ମହାପାତ୍ର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।