ଆଦର୍ଶ ଆଇନଜୀବୀ ଭାବେ ପରିଚିତ ଥିଲେ ବଂଶୀଧର, ଆଜି ତାଙ୍କୁ ଝୁରୁଛି ଓକିଲ ସଂଘ
ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବୀ ବଂଶୀଧର ପାଳଙ୍କ ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଗତ ୧୯୪୯ ଜୁନ୍ ୨୮ରେ ଜନ୍ମଗ୍ରହଣ କରିଥିବା ବଂଶୀଧର ବ୍ରହ୍ମପୁରରେ ଓକିଲାତି କରୁଥିଲେ। ସେ ତାଙ୍କର ପେସାକୁ ସେବା ଭାବରେ ଗ୍ରହଣ କରି ଜଣେ ଆଦର୍ଶ ଆଇନଜୀବୀ ଭାବେ ବେଶ ପରିଚିତ ଥିଲେ। ସେ ଦିଗପହଣ୍ଡି କୋର୍ଟକୁ ମଧ୍ୟ ଆସି ତାଙ୍କ ମହକିଲମାନଙ୍କ ପାଇଁ ମୋକଦ୍ଦମା ଲଢୁୁଥିଲେ। ତାଙ୍କ ଆକସ୍ମିକ ବିୟୋଗରେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ବୁଧବାର ମଧ୍ୟାହ୍ନରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସଂଘର ସମ୍ପାଦକ ସନ୍ତୋଷ କୁମାର ସାହୁ, ପୂର୍ବତନ ସଭାପତି ସୂର୍ଯ୍ୟ ନାରାୟଣ ସାହୁ, ରସାନନ୍ଦ ରାଉତ, ଚନ୍ଦ୍ରଧ୍ବଜ ସିଂହ, ରବୀନ୍ଦ୍ର ନାଥ ପାଣିଗ୍ରାହୀ, ରତ୍ନାକର ମେକାପ, ହରପ୍ରସାଦ ରଥ, ରବୀନ୍ଦ୍ର ସାହୁ,ରଞ୍ଜନ କୁମାର ବେହେରା, ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ, ହେମନ୍ତ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ପ୍ରଧାନ ଙ୍କ ସମେତ ପ୍ରଦୀପ କୁମାର ନାୟକ, ନୀଳମାଧବ ରଥ, କିଶୋର ଚନ୍ଦ୍ର ଗୌଡ଼, ଅକ୍ଷୟ କୁମାର ମହାନ୍ତି, ସଚିକାନ୍ତ ରଥ ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ରହି ତାଙ୍କ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।