ଆନନ୍ଦପୁର ଉପଖଣ୍ଡ ଆୟୁଷ୍ମାନ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଅଭିଯୋଗ

Oct 06, 2026 - 11:28
ଆନନ୍ଦପୁର ଉପଖଣ୍ଡ ଆୟୁଷ୍ମାନ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଅଭିଯୋଗ

ଆନନ୍ଦପୁର : ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଛୁଉଁ ନାହାନ୍ତି, ସମୟ ଅନୁସାରେ ମେଡିକାଲ ମଧ୍ୟ ଆସୁନାହାନ୍ତି । ଜଣେ ଡାକ୍ତରାଣୀଙ୍କ ବିରୁଦ୍ଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଆନନ୍ଦପୁର ଉପଖଣ୍ଡ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧୀନରେ ଅଛି ଓଡ଼ପଡା ଆୟୁଷ୍ମାନ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିକଟସ୍ଥ ୫ ଟି ପଞ୍ଚାୟତ ର ଲୋକମାନେ ନିର୍ଭର କରିଥାନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇ ଦେବାକୁ ଦୁଇ ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି । ସେଥିମଧ୍ୟରୁ ଆୟୁଷ ଡାକ୍ତରାଣୀ ଇତିଶ୍ରୀ ଦାସ ସଠିକ ସମୟରେ ମେଡିକାଲ ଆସୁନାହାନ୍ତି କି ଡ୍ୟୁଟି କରୁନାହାନ୍ତି । ତାଙ୍କ ନାଁ ରେ ସବୁଠାରୁ ସାଙ୍ଘାତିକ ଅଭିଯୋଗ ହେଉଛି ରୋଗୀ ଦେଖିବା ସମୟରେ ସେ କୌଣସି ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ଙ୍କୁ ଛୁଉଁ ନାହାନ୍ତି । ଯଦି କିଏ କଣ ପ୍ରଶ୍ନ ପଚାରିଲା ତ ସରିଲା । ତା ଉପରେ ଗାଳି ଉପରେ ଗାଳି ବୃଷ୍ଟି। ଏହି ମେଡିକାଲ ଉପରେ ଅନେକ ଲୋକ  ନିର୍ଭର କରୁଥିବା ବେଳେ ଡାକ୍ତର ସଠିକ ଭାବେ ଆସୁନଥିବାରୁ ଏମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ୧୫ କିଲୋମିଟର ଦୂର ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଉଛନ୍ତି । ତେବେ ଘଟଣାକୁ ନେଇ ଯଦି ଲିଖିତ ଅଭିଯୋଗ କରାଯାଏ ତେବେ ସମ୍ପୃକ୍ତ ଡାକ୍ତରାଣୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଇଁକୁଳ ମେଡିକାଲ ଅଫିସର ପ୍ରକାଶ କରିଛନ୍ତି ।…

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।