ଆନ୍ଦୋଳନ ସମୟରେ ସଚେତନ ରହନ୍ତୁ

Oct 28, 2026 - 06:00
ଆନ୍ଦୋଳନ ସମୟରେ ସଚେତନ ରହନ୍ତୁ

ଆନ୍ଦୋଳନ ହେଉଛି ଜନସାଧାରଣଙ୍କ ଦାବି, ଅଧିକାର ଓ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରିବାର ଏକ ଶକ୍ତିଶାଳୀ ମାଧ୍ୟମ।

ଏହା ସମାଜରେ ପରିବର୍ତ୍ତନ ଆଣିବା ସହ ଜନସଚେତନତା ସୃଷ୍ଟି କରିଥାଏ।

କିନ୍ତୁ ଆନ୍ଦୋଳନ ସମୟରେ ଅସଂଖ୍ୟ ଲୋକଙ୍କ ସମାଗମ, ପ୍ଲାଷ୍ଟିକ୍‌ ର ଅତ୍ୟଧିକ ବ୍ୟବହାର, ଆବର୍ଜନା ଓ ଶବ୍ଦ ପ୍ରଦୂଷଣ ପରିବେଶ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ।

ତେଣୁ ନିଜ ଦାବି ପାଇଁ ସଂଗ୍ରାମ କରିବା ସହ ପ୍ରକୃତିର ସୁରକ୍ଷା କରିବା ମଧ୍ୟ ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ।

ଏକ ଶୃଙ୍ଖଳିତ, ସ୍ୱଚ୍ଛ ଓ ପରିବେଶ ଅନୁକୂଳ ଆନ୍ଦୋଳନ କେବଳ ଆମ ଦାୟିତ୍ୱବୋଧର ପରିଚୟ ଦିଏ ନାହିଁ, ବରଂ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ମଧ୍ୟ ପ୍ରଦାନ କରେ।

ଆନ୍ଦୋଳନ ସମୟରେ ପରିବେଶ ସୁରକ୍ଷା ପାଇଁ ଆମର କିଛି କର୍ତ୍ତବ୍ୟ ମଧ୍ୟ ରହିଛି।

Advertisment Tribal worker: ରାମ୍‌କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ  ଆନ୍ଦୋଳନ ସମୟରେ ପ୍ଲାଷ୍ଟିକ୍‌ ବୋତଲ, ଗ୍ଲାସ୍‌ ଓ ପଲିଥିନ୍‌ ବଦଳରେ ପୁନଃବ୍ୟବହାରଯୋଗ୍ୟ ବୋତଲ, ଷ୍ଟିଲ୍‌ ଗ୍ଲାସ୍‌ ଓ କପଡ଼ା ବ୍ୟାଗ୍‌ ବ୍ୟବହାର କରନ୍ତୁ।

ଏହାଦ୍ୱାରା ପ୍ଲାଷ୍ଟିକ୍‌ ଆବର୍ଜନା କମିବ।  ଆନ୍ଦୋଳନ ସ୍ଥଳରେ ଡଷ୍ଟବିନ୍‌ ରଖି ଶୁଖିଲା ଓ ଓଦା ଆବର୍ଜନାକୁ ଅଲଗା କରନ୍ତୁ।

ଏଣେତେଣେ ଆବର୍ଜନା ନ ପକାଇ ଉପଯୁକ୍ତ ଭାବେ ନିଷ୍କାସନ କରନ୍ତୁ।  ପରିବେଶ ସୁରକ୍ଷା ସମ୍ପର୍କିତ ଆନ୍ଦୋଳନରେ ବୃକ୍ଷରୋପଣକୁ ସାମିଲ କରନ୍ତୁ।

ସ୍ଥାନୀୟ ପ୍ରଜାତିର ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ନିଅନ୍ତୁ।  ଆନ୍ଦୋଳନରେ ମାଇକ୍‌, ଡିଜେ ଓ ଲାଉଡ୍‌ସ୍ପିକର୍‌ର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ।

ଶବ୍ଦର ତୀବ୍ରତା ନିୟନ୍ତ୍ରଣ କରିବା ସହ ନିୟମ ପାଳନ କରନ୍ତୁ।  ପୋଷ୍ଟର ଓ ବ୍ୟାନର୍‌ ତିଆରି କରିବା ପାଇଁ ପ୍ଲାଷ୍ଟିକ୍‌ ବଦଳରେ କପଡ଼ା, କାଗଜ କିମ୍ବା ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରନ୍ତୁ।

କାର୍ଯ୍ୟକ୍ରମ ପରେ ସେଗୁଡ଼ିକୁ ସଂଗ୍ରହ କରି ପୁନଃବ୍ୟବହାର କରନ୍ତୁ।

Tata Communications: ଟାଟା ବିଛାଇବ ଏଆଇ ଫାଇବର୍‌ ନେଟ୍‌ୱର୍କ  ନଦୀ, ପୋଖରୀ ଓ ଅନ୍ୟାନ୍ୟ ଜଳଉତ୍ସରେ ପ୍ଲାଷ୍ଟିକ୍‌, ଖାଦ୍ୟବର୍ଜ୍ୟ କିମ୍ବା ଅନ୍ୟ ଆବର୍ଜନା ପକାନ୍ତୁ ନାହିଁ।

ଏହାଦ୍ୱାରା ଜଳ ପ୍ରଦୂଷଣ ରୋକିବା ସହ ଜଳଜୀବଙ୍କୁ ସୁରକ୍ଷା ଦିଆଯାଇପାରିବ।  ଆନ୍ଦୋଳନ ସ୍ଥଳକୁ ଯିବା ପାଇଁ ବସ୍‌, ରେଳ, ସାଇକେଲ୍‌ କିମ୍ବା ଏକାଠି ଗାଡ଼ିରେ ଯାତ୍ରା କରନ୍ତୁ।

ଏହାଦ୍ୱାରା ଇନ୍ଧନ ବ୍ୟବହାର, ଟ୍ରାଫିକ୍‌ ଜାମ୍‌ ଓ ବାୟୁ ପ୍ରଦୂଷଣ କମିପାରିବ।  ଆନ୍ଦୋଳନ ମାଧ୍ୟମରେ ଜଙ୍ଗଲ ସୁରକ୍ଷା, ଜଳ ସଂରକ୍ଷଣ, ବନ୍ୟଜୀବ ଓ ଜୈବବିବିଧତାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରନ୍ତୁ।

ପୋଷ୍ଟର, ସ୍ଲୋଗାନ୍‌ ଓ ସାମାଜିକ ଗଣମାଧ୍ୟମର ସହାୟତା ନିଅନ୍ତୁ।  ପ୍ଲାଷ୍ଟିକ୍‌, ବ୍ୟାନର୍‌ ଓ ଅନ୍ୟାନ୍ୟ ଆବର୍ଜନା ଖୋଲା ସ୍ଥାନରେ ଜାଳନ୍ତୁ ନାହିଁ।

ଏଥିରୁ ବିଷାକ୍ତ ଧୂଆଁ ବାହାରି ବାୟୁ ପ୍ରଦୂଷଣ ବଢ଼ିଥାଏ।

ତେଣୁ ଆବର୍ଜନାକୁ ପୃଥକ୍‌ କରି ଉପଯୁକ୍ତ ଭାବେ ନିଷ୍କାସନ କରନ୍ତୁ।  କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତେ ମିଶି ଆବର୍ଜନା ସଂଗ୍ରହ କରନ୍ତୁ ଏବଂ ସ୍ଥାନଟିକୁ ସଫା ରଖନ୍ତୁ।

ଆବଶ୍ୟକ ହେଲେ ସ୍ଥାନୀୟ ପରିମଳ କର୍ମଚାରୀଙ୍କ ସହଯୋଗ ନିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।