ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…
ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ତହସିଲଦାର ଝରଣା ପ୍ରଧାନ, ବିପିଏମ୍ ଗୀତାଞ୍ଜଳୀ ରାଉତରାୟ, ଥାନା ଆଇଆଇସି ମୁକେଶ ସାହାଣୀ, ଫରେଷ୍ଟ ରେଞ୍ଜର ଅମୂଲ୍ୟ ସେନାପତି, ବ୍ଲକ ଅଧ୍ୟକ୍ଷା ଦୁଲାରୀ ସୋରେଙ୍ଗ, ଉପାଧ୍ୟକ୍ଷା ରଶ୍ମିତା ପଟେଲ, ସ୍ୱଚ୍ଛ ଭାରତ ଅଭିଯାନର ଜିଲା ସଭାପତି ତପନ କୁମାର ପଟେଲ, ସଂଯୋଜକ ତାପସ ସିଂହ, ଭାଜପା ଜିଲା ସାଧାରଣ ସମ୍ପାଦକ ଅମୀର ନାଏକ, ଜିଲା ଉପସଭାପତି ଶିଶିର ରାଉତରାୟ, ବ୍ଲକ ସଭାପତି ଅକ୍ଷୟ ଦେଓ, ଜିଲା ଉପସଭାପତି ଶକୁନ୍ତଳା କାଲୋ, ଜିଲା ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦେହୁରୀଙ୍କ ସମେତ ଦଳୀୟ କର୍ମକର୍ତ୍ତା ଉପାଧ୍ୟାୟ ପାଣିଗ୍ରାହୀ, ଅଚ୍ୟୁତ ସାହୁ, ଫକୀର ପୃଷେଟ ଓ ବାବୁଲି କର୍ସେଲ ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ଡାକ୍ତରଖାନାର ସଫେଇ କର୍ମଚାରୀ ଏବଂ ଆଖପାଖ ଗ୍ରାମର ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ। ଉପବାଚସ୍ପତିଙ୍କ ସମେତ ବିଜେପି କର୍ମୀ ଓ ସଫେଇ କର୍ମଚାରୀମାନେ ବଡ଼ଗାଁ ଦୁର୍ଗା ମଣ୍ଡପ ପରିସର ଓ ଆଖପାଖ ଅଞ୍ଚଳରୁ ଆବର୍ଜନା ସଫା କରିଥିଲେ।
ଏହାପରେ ଦୁର୍ଗା ମଣ୍ଡପଠାରେ ବିଡିଓ ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ଉପବାଚସ୍ପତି ‘ସେବା ସଂକଳ୍ପ ଅଭିଯାନ’ ଏବଂ ସ୍ୱଚ୍ଛତା ପାଳନର ବିଭିନ୍ନ ସୁଫଳ ବିଷୟରେ ବୁଝାଇଥିଲେ। ଦକ୍ଷିଣ ଆଫ୍ରିକାରେ ଲୋକମାନେ ସ୍ୱଚ୍ଛତା ପ୍ରତି କିପରି ସଚେତନ, ସେ ନେଇ ସେ ଆଲୋଚନା କରିଥିଲେ। ବିଡିଓ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ଉପବାଚସ୍ପତିଙ୍କ ଏହି ନେତୃତ୍ୱ ଓ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ବଡ଼ଗାଁ ଡ଼ାକ୍ତରଖାନାର ସଫେଇ କର୍ମଚାରୀ ପ୍ରହଲ୍ଲାଦ କଣ୍ଟା, ସୁରେନ୍ଦ୍ର ବଞ୍ଜୁର, ପଦ୍ମିନୀ ମୂଖି, ପୁଷ୍ପା ସଏ, ବିନୋଦ ଷଣ୍ଢ ଏବଂ ନୂଆରମାଲ, କିଞ୍ଚିରକେଲା, ଲଟାଗାଁ ଓ ଡୁଡୁଙ୍ଗପଡା ଗ୍ରାମର ପିଙ୍କି ବାଡା, କଳ୍ପନା କୁଜୁର, ହେରମନ ଇନ୍ଦୁଆର, ସଞ୍ଚଳା ଖଡିଆ, ସୁନୀତା ଡୁଙ୍ଗଡୁଙ୍ଗ, ହେମ କିସାନଙ୍କ ସମେତ ୩୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।