ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ
କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ ସହ ୧୦ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଗୁରୁବାର ପୋଲିସ ଏବଂ ହସ୍ପିଟାଲ ଅଧିକାରୀମାନେ କହିିଛନ୍ତି।
ଜିଲା ପୋଲିସ ମୁଖ୍ୟ ଆରିଫ ଅଜିଜ କହିଛନ୍ତି, ସିନ୍ଧ ପ୍ରଦେଶର ଥାରପାରକର ଜିଲାରେ ରାତିରେ ଏହି ବିସ୍ଫୋରଣ ଘଟିଛି। ମୃତକଙ୍କ ମଧ୍ୟରେ ଚିକିତ୍ସାଳୟର କର୍ମଚାରୀ, ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଥିବା ସେ ସୂଚନା ଦେଇଛନ୍ତି। ଯେତେବେଳେ ବିସ୍ଫୋରଣ ଘଟିଲା ସେତେବେଳେ ରୋଗୀମାନଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିଲା। ରାଷ୍ଟ୍ରପତି କାର୍ଯ୍ୟାଳୟର ଏକ ବିବୃତି ଅନୁଯାୟୀ, ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏହି ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ବିସ୍ଫୋରଣର କାରଣ ସ୍ପଷ୍ଟ କରିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।