ଆରମ୍ଭ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଜେନା ଖାଳରୁ ମନ୍ଦିର ଅଭିମୁଖେ ମା’

Oct 19, 2026 - 07:52
ଆରମ୍ଭ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଜେନା ଖାଳରୁ ମନ୍ଦିର ଅଭିମୁଖେ  ମା’

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି । ଜେନାଖାଳରେ ଗୁପ୍ତ ପୂଜା ପରେ ଭୋର ୫ଟାରେ ମା’ଙ୍କ ଛତର ମନ୍ଦିର ଅଭିମୁଖେ ବାହାରିଛି ।

ଛତର ଯାତ୍ରା ଉପଲକ୍ଷେ ଭବାନୀପାଟଣା ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସେହିପରି ହଜାର ହଜାର ସଂଖ୍ୟାରେ ମାନସିକଧାରୀମାନେ ପଶୁ, ପକ୍ଷୀ ବଳି ଦେଉଥିବା ଦେଖିବାକୁ ମିଳିଛି । ଫଳରେ ମୁଖ୍ୟ ରାସ୍ତା ରକ୍ତ ରଞ୍ଜିତ ହୋଇଛି ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।