ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

Oct 09, 2026 - 23:15
ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ ସାମୂହିକ ଛୁଟିରେ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସୂଚନା ମିଳିଛି।

ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କର୍ମୀ ସାମୂହିକ ଛୁଟିରେ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ। କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କୁ ୫୫ ବର୍ଷ ବୟସରେ ଦକ୍ଷତା ପ୍ରମାଣପତ୍ର ମାଗିବା ନିଷ୍ପତ୍ତିକୁ ବିରୋଧ କରି ଏହି ଧାରଣା ଦିଆଯିବ ବୋଲି ଜଣାପଡ଼ିଛି।

ଏନେଇ ଶୁକ୍ରବାର ଗୁଡ଼ାରୀ ବ୍ଲକ ଅଙ୍ଗନବାଡ଼ି ସଂଘ ପକ୍ଷରୁ ସିଡିପିଓ ଅନିତା ପାଣିଗ୍ରାହୀଙ୍କୁ ସାମୂହିକ ଛୁଟି ଆବେଦନପତ୍ର ପ୍ରଦାନ କରାଯାଇଛି। ବ୍ଲକ ଅଙ୍ଗନବାଡ଼ି ସଂଘର ନେତ୍ରୀ ମୋହିନୀ ପାଲକାଙ୍କ ଉପସ୍ଥିତିରେ ଅଙ୍ଗନବାଡ଼ି କର୍ମୀମାନେ ସିଡିପିଓଙ୍କୁ ଏହି ଆବେଦନପତ୍ର ପ୍ରଦାନ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।