ଆସନ୍ତାକାଲି ମିଳିବ ସିଏମ୍-କିଷାନ ଟଙ୍କା: ଉପକୃତ ହେବେ ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର
ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କରାଯିବ। ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ।
ଏହି କିସ୍ତି ଜରିଆରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ସରକାରଙ୍କ ପକ୍ଷରୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (DBT) ମାଧ୍ୟମରେ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଠାଯିବ।
ବର୍ତ୍ତମାନ ସମୟରେ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକୀୟ ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ଏହି ଆର୍ଥିକ ସହାୟତା ଚାଷୀମାନଙ୍କୁ ବିଶେଷ ଭାବରେ ସାହାଯ୍ୟ କରିବ। ସରକାରଙ୍କ ଏହି ଯୋଜନା ଦ୍ୱାରା କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କ ସମେତ ଭୂମିହୀନ କୃଷି ପରିବାର ମଧ୍ୟ ଲାଭବାନ ହେବେ ବୋଲି କୁହାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।