ଆସିମ ମୁନିରଙ୍କ ଗସ୍ତ ଭିତରେ ଇରାନର ବଡ଼ ଘୋଷଣା, ରଖିଲା ଏମିତି ସର୍ତ୍ତ, ଚାରିଆଡେ ଚର୍ଚ୍ଚା

Oct 21, 2026 - 07:36
ଆସିମ ମୁନିରଙ୍କ ଗସ୍ତ ଭିତରେ ଇରାନର ବଡ଼ ଘୋଷଣା, ରଖିଲା ଏମିତି ସର୍ତ୍ତ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୨୧।୧୦: ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନିର ମଙ୍ଗଳବାର ଇରାନରେ ପହଞ୍ଚିଛନ୍ତି। ଆସିମ ମୁନିରଙ୍କ ସହ ଗୃହମନ୍ତ୍ରୀ ମୋହସିନ ନକଭି ମଧ୍ୟ ଏହି ଗସ୍ତରେ ଇରାନ ଯାଇଛନ୍ତି। ଆସିମ ମୁନିରଙ୍କ ଗସ୍ତ ମଧ୍ୟରେ ଇରାନ ସ୍ପଷ୍ଟ କରିଦେଇଛି ଯେ, ନିଜ ଦେଶର ୟୁରାନିୟମର ଗୋଟିଏ ଗ୍ରାମ ମଧ୍ୟ ଦେଶ ବାହାରକୁ ପଠାଯିବ ନାହିଁ। ଏଥିସହ ଆମେରିକା ୱାଶିଂଟନର ସମସ୍ତ ସର୍ତ୍ତ ପୂରଣ କରିବା ପାଇଁ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଆଲୋଚନା ହେବ ନାହିଁ ବୋଲି ଇରାନ କହିଛି।

ଇରାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଇରାନ ପାକିସ୍ତାନର ସେନାମୁଖ୍ୟଙ୍କୁ ସ୍ପଷ୍ଟ କରିଦେଇଛି ଯେ, ତେହେରାନର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ୱାଶିଂଟନ ସହ କୌଣସି ଆଲୋଚନା ହେବ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ପାକିସ୍ତାନର ମଧ୍ୟସ୍ଥତା ଉଦ୍ୟମ ସତ୍ତ୍ୱେ ଇରାନର ଆଭିମୁଖ୍ୟ ଆହୁରି କଠୋର ହୋଇଛି। ରାଷ୍ଟ୍ରପତି ମସୁଦ ପେଜେଶକିଆନ ତେହେରାନରେ ଫିଲ୍ଡ ମାର୍ଶାଲ ଆସିମ ମୁନିରଙ୍କ ସହ ମଧ୍ୟସ୍ଥତା ପ୍ରୟାସ ଏବଂ ଆଞ୍ଚଳିକ ଘଟଣାକ୍ରମକୁ ନେଇ ଆଲୋଚନା କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।