ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ
ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍ରେ ଏକ ବଡ଼ ଇତିହାସ ରଚିଛି। ଭାରତ T20I କ୍ରିକେଟ୍ରେ ୨୦୦ଟି ମ୍ୟାଚ ଜିତିଥିବା ବିଶ୍ୱର ପ୍ରଥମ ଦଳ ହୋଇଛି। ଏହି ଗଣନାରେ ସୁପର ଓଭର ମାଧ୍ୟମରେ ମିଳିଥିବା ବିଜୟ ମଧ୍ୟ ସାମିଲ ରହିଛି।
ଭାରତ ମାତ୍ର ୨୯୧ଟି ମ୍ୟାଚ ଖେଳି ଏହି ଐତିହାସିକ ମାଇଲଖୁଣ୍ଟ ଛୁଇଁଛି। ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତ ତା’ର T20I ଯାତ୍ରା ଆରମ୍ଭ କରିଥିଲା। T20I କ୍ରିକେଟ୍ରେ ଭାରତର ବିଜୟ ଯାତ୍ରା ୨୦୦୬ରେ ଦକ୍ଷିଣ ଆଫ୍ରିକାକୁ ହରାଇବା ସହ ଆରମ୍ଭ ହୋଇଥିଲା। ଏହାପରେ ଭାରତ ନିୟମିତ ଭାବେ ବିଜୟ ହାସଲ କରି ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି।
-୨୦୦୬: ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ T20I ବିଜୟ
-୨୦୧୭:ଶ୍ରୀଲଙ୍କା ବିପକ୍ଷରେ ୫୦ତମ ବିଜୟ
– ୨୦୨୨: ୱେଷ୍ଟଇଣ୍ଡିଜକୁ ହରାଇ ୧୦୦ତମ ବିଜୟ
– ୨୦୨୪: ଅଷ୍ଟ୍ରେଲିଆ ବିପକ୍ଷରେ ୧୫୦ତମ ବିଜୟ
-୨୦୨୫: ଜାପାନକୁ ହରାଇ ୨୦୦ତମ ବିଜୟ
T20I କ୍ରିକେଟ୍ରେ ସର୍ବାଧିକ ବିଜୟ ହାସଲ କରିଥିବା ଦଳ ତାଲିକାରେ ଭାରତ ଶୀର୍ଷରେ ରହିଛି। ଭାରତ ପରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି। ପାକିସ୍ତାନ ୨୯୯ଟି ମ୍ୟାଚ ଖେଳି ୧୭୪ଟିରେ ବିଜୟ ହାସଲ କରିଛି। ଏହି ତାଲିକାରେ ନ୍ୟୁଜିଲାଣ୍ଡ ୧୩୭ ବିଜୟ ସହ ତୃତୀୟ, ଦକ୍ଷିଣ ଆଫ୍ରିକା ୧୩୧ ବିଜୟ ସହ ଚତୁର୍ଥ ଏବଂ ଇଂଲଣ୍ଡ ୧୩୦ ବିଜୟ ସହ ପରବର୍ତ୍ତୀ ସ୍ଥାନରେ ରହିଛି।
ଭାରତ ଜାପାନ ବିପକ୍ଷରେ ମାତ୍ର ୨ ରନ୍ରେ ମ୍ୟାଚ ଜିତି ୨୦୦ତମ T20I ବିଜୟ ନିଜ ନାମରେ କରିଛି। ଏହି ଐତିହାସିକ ବିଜୟ ପରେ ଭାରତୀୟ ଦଳର ପରବର୍ତ୍ତୀ ନଜର ଏସିଆନ ଗେମ୍ସ ଉପରେ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।