ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

Aug 31, 2026 - 08:03
ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ ଦୁଇଟି ରକେଟ ଲଞ୍ଚରକୁ ଟାର୍ଗେଟ କରିଥିଲା। ଏହା ଜୁଲାଇ ୩୦ ପରେ ଇରାନ ଉପରେ ପ୍ରଥମ ଆମେରିକାର ଆକ୍ରମଣ। ଇରାନର ରିଭୋଲ୍ୟୁସନରୀ ଗାର୍ଡର କର୍ମଚାରୀମାନଙ୍କୁ ହର୍ମୁଜ ପ୍ରଣାଳୀରେ ରକେଟ ଏବଂ ନୌସେନା ମାଇନ ନିକ୍ଷେପ କରିବାକୁ ପ୍ରସ୍ତୁତ ହେଉଥିବା ଦେଖାଯିବା ପରେ ଆମେରିକୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି। ଏକ କଡ଼ା ପ୍ରତିଶୋଧମୂଳକ ପଦକ୍ଷେପ ସ୍ବରୂପ, ଇରାନ ଜୋର୍ଡାନ ଉପରେ ଆକ୍ରମଣ କରିଛି।
ଇରାନର ସରକାରୀ ପ୍ରସାରକ IRIB ଅନୁଯାୟୀ, ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC) ରିପୋର୍ଟ କରିଛି ଯେ ରବିବାର ଲାରାକ ଦ୍ୱୀପରେ ଆମେରିକାର ଆକ୍ରମଣରେ ଅନେକ ଇରାନୀ ଲଢ଼ୁଆ ଏବଂ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି କିମ୍ବା ଆହତ ହୋଇଛନ୍ତି। ଆମେରିକା ଡ୍ରୋନ ବ୍ୟବହାର କରି ଆକ୍ରମଣ କରିଛି। ପରେ ଇରାନ ଆମେରିକାକୁ କଡ଼ା ଜବାବ ଦେଇଛି। ଏକ ବିବୃତ୍ତି ଜାରି କରି, ରିଭୋଲ୍ୟୁସନରୀ ଗାର୍ଡ କହିଛି, ‘କିଛି ମିନିଟ ପୂର୍ବରୁ, ଲାରାକ ଦ୍ୱୀପରେ ଆମେରିକା-ଜୟୋନିଷ୍ଟ ଶତ୍ରୁ ଦ୍ୱାରା ହୋଇଥିବା ବିମାନ ଆକ୍ରମଣର ଜବାବରେ, IRGC ଏରୋସ୍ପେସ ଫୋର୍ସର ସାହସୀ ଯୋଦ୍ଧାମାନେ ଆକ୍ରମଣକାରୀକୁ ଦଣ୍ଡ ଦେବା ପାଇଁ ଏକ ମିଳିତ କ୍ଷେପଣାସ୍ତ୍ର ଅଭିଯାନ କରିଥିଲେ।’

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।