ଇରାନର କ୍ବେଶମ ଦ୍ବୀପରେ ଆମେରିକାର ଆକ୍ରମଣ
ୱାସିଂଟନ : ଆମେରିକା ସେନା ଆଜି ଇରାନର କ୍ବେଶମ ଦ୍ବୀପ ଉପରେ ସୀମିତ ବିମାନ ଆକ୍ରମଣ କରି ଏକ ଆଣ୍ଟି-ଏୟାରକ୍ରାଫ୍ଟ ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦେଇଛି ।
ଇରାନ ସରକାରୀ ଗଣମାଧ୍ୟମ ଅନୁଯାୟୀ, ତୈଳ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ କୁହାଯାଉଥିବା କ୍ବେଶମ ଦ୍ୱୀପର ସୁଜା ଅଞ୍ଚଳରେ ଦୁଇଟି ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଛି ।
ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ଉଭୟ ପ୍ରତିନିଧି ସଭା (ହାଉସ ଅଫ ରିପ୍ରେଜେଣ୍ଟେଟିଭ୍ସ) ଏବଂ ସିନେଟରୁ ନିଜର ନିୟନ୍ତ୍ରଣ ହରାଇବା ପରେ ଏହା ହେଉଛି ପ୍ରଥମ ଆମେରିକୀୟ ଆକ୍ରମଣ ।
Advertisment ଅନ୍ୟପକ୍ଷରେ ବଡ଼ ଆକ୍ରମଣ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ତୁହାକୁ ତୁହା ଧମକ ପରେ ଆଜି ଇରାନ ପକ୍ଷରୁ ପାଲଟା ଚେତାବନୀ ଦିଆଯାଇଛି ।
ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ, ତେବେ କୌଣସି 'ଭୌଗଳିକ ସୀମା' ନରଖି ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ତତ୍କାଳ ଓ ପ୍ରବଳ ଆକ୍ରମଣ କରାଯିବ ବୋଲି ଶନିବାର ଇରାନ ସେନା ମୁଖପାତ୍ର ମହମ୍ମଦ ଆକ୍ରାମିନିଆ ପ୍ରକାଶ କରିଛନ୍ତି ।
ଇରାନ ର ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କ ନିର୍ଦ୍ଦେଶରେ ସେନା ଅତ୍ୟନ୍ତ ସଂଗଠିତ ଭାବେ କାର୍ଯ୍ୟ କରୁଛି ଏବଂ ପୂର୍ବ ସ୍ଥିତି ଅପେକ୍ଷା ବର୍ତ୍ତମାନ ସେମାନେ ଅଧିକ ଶକ୍ତିଶାଳୀ, ଅଭିଜ୍ଞ ଏବଂ ସର୍ବାଧିକ ସତର୍କତାରେ ରହିଛନ୍ତି ବୋଲି ସେ ଦାବି କରିଛନ୍ତି ।
ଏହାସହ ଆମେରିକା ସେମାନଙ୍କର ୭ଟି ସର୍ତ୍ତ ଗ୍ରହଣ ନକରିବା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ମଧ୍ୟ ଖୋଲାଯିବ ନାହିଁ ବୋଲି ସେନା ମୁଖପାତ୍ର କହିଛନ୍ତି ।
CAA: ଯୋଗ୍ୟ ସିଏଏ ଆବେଦନକାରୀଙ୍କୁ ଡିସେମ୍ବର ୩୧ ସୁଦ୍ଧା ମିଳିବ ନାଗରିକତା : ଶୁଭେନ୍ଦୁ ଟ୍ରମ୍ପ ଶୁକ୍ରବାର କହିଥିଲେ ଯେ, ଆମେରିକା ସେନା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ଆବଶ୍ୟକ ହେଲେ ଇରାନକୁ ଧ୍ବଂସ କରିଦିଆଯିବ ।
ଟ୍ରମ୍ପ ଦାବି କରିଛନ୍ତି ଯେ ଯଦି ସେ ଇରାନକୁ ପରମାଣୁ କ୍ଷେପଣାସ୍ତ୍ର ଓ ଆଣବିକ ଅସ୍ତ୍ର ତିଆରି କରିବାରୁ ନରୋକିଥାନ୍ତେ, ତେବେ ଇସ୍ରାଏଲ ଏବଂ ସମଗ୍ର ମଧ୍ୟପ୍ରାଚ୍ୟର ଅସ୍ତିତ୍ୱ ରହିନଥାନ୍ତା ।
ଏହି ସାମରିକ ଉତ୍ତେଜନା ଭିତରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ଏବଂ ଏକ ଚୂଡ଼ାନ୍ତ ଚୁକ୍ତି ପାଇଁ ପାଇଁ ମଧ୍ୟସ୍ଥି ରାଷ୍ଟ୍ରମାନେ ସକ୍ରିୟ ରହିଛନ୍ତି ।
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ବିଗତ ଦୁଇ ସପ୍ତାହ ଧରି ନୂତନ ଯୁଦ୍ଧ ବିରତି ଏବଂ ପରମାଣୁ ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ଭାବେ ପରୋକ୍ଷ ଆଲୋଚନାରେ ଜଡ଼ିତ ଅଛନ୍ତି ।
ଇରାନ ମଧ୍ୟ ନିଜର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ ଜଟିଳ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବାକୁ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି ।
ବ୍ଲୁମବର୍ଗର ସୂଚନା ଅନୁଯାୟୀ, ଆମେରିକା ଏବଂ ଇରାନ ମଧ୍ୟରେ ମଧ୍ୟସ୍ଥତା କରୁଥିବା କତର ପକ୍ଷରୁ ଦିଆଯାଇଥିବା ପରମାଣୁ ସମ୍ପର୍କିତ ନୂତନ ପ୍ରସ୍ତାବଗୁଡ଼ିକୁ ବର୍ତ୍ତମାନ ଇରାନ ଗମ୍ଭୀରତାର ସହ ସମୀକ୍ଷା କରୁଛି ।
ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ କତରର ଭୂମିକା ଏବଂ ଆମେରିକାର ପରବର୍ତ୍ତୀ ପଦକ୍ଷେପ ଉପରେ ସମଗ୍ର ବିଶ୍ୱର ନଜର ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।