ଉଦଳା ଥାନା ଅଂଚଳରେ ଭୟଙ୍କର ଦୁର୍ଘଟଣା
ଉଦଳା: ଉଦଳା ଥାନା ଅଂଚଳରେ ଭୟଙ୍କର ଦୁର୍ଘଟଣା। ଦ୍ରୁତଗତିରେ ବାଇକ ଚଲାଇ ଆସି ଭାରସାମ୍ୟ ହରାଇ ୫୦ ମିଟର ଉଡ଼ିବା ସହିତ ଗଛକୁ ଭାଙ୍ଗିଲେ, ଆଉ ଚୁରମାର ହୋଇଗଲା ବାଇକ | ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଘଟଣା ଘଟିଛି ଉଦଳା ଥାନା ଦୁତିକାଦେଇପୁର ଗ୍ରାମ ନିକଟରେ।
ତେଲଦିହୁଡି ଗ୍ରାମର ବିକାଶ ଦଳେଇ ଗତକାଲି ବିଳମ୍ବିତ ରାତିରେ ବେପରୁଆ ଭାବେ ନିଜ ବାଇକ ଦ୍ରୁତଗତିରେ ଚଲାଇ ଦୁତିକାଦେଇପୁର ଗ୍ରାମରୁ ଖଲାଡି ଅଭିମୁଖେ ଯାଉଥିଲେ। ହେଲେ ଏକ ବାଙ୍କ ନିକଟରେ ଭାରସାମ୍ୟ ହରାଇ ଗାଡ଼ି ସହିତ ରାସ୍ତାରୁ ତଳକୁ ପ୍ରାୟ ୫୦ ମିଟର ଉଡ଼ି ଯାଇ ଏକ ଗଛରେ ବାଡେଇ ହୋଇଥିଲେ। ଗଛ ଭାଙ୍ଗିବା ସହିତ ସେହିଠାରେ ତାଙ୍କର ଗାଡ଼ି ଭାଙ୍ଗିଥିଲା ଏବଂ ତାଙ୍କର ଏକ ଗୋଡ଼ ମଧ୍ୟ କଟି ଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ସକାଳେ ପଥଚାରୀ ମୃତଦେହ ପଡ଼ିଥିବା ଦେଖିଥିଲେ
ସକାଳେ ପଥଚାରୀ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।