ଉସୁରେ ରୋଶିବିନାଙ୍କୁ ରୌପ୍ୟ
ନାଗୋୟା: ଏସୀୟ କ୍ରୀଡ଼ାେର ମହିଳା ଉସୁରେ ଭାରତର ରୋଶିବିନା ଦେବୀ ରୌପ୍ୟ ପଦକ ଜିତିଛନ୍ତି। ଗୁରୁବାର ମହିଳା ୬୦ କିଗ୍ରା ଫାଇନାଲରେ ପରାସ୍ତ ହୋଇ ରୋଶିବିନା ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ମଣିପୁରର ରୋଶିବିନାଙ୍କୁ ଫାଇନାଲରେ ଚୀନ୍ର ଝାଙ୍ଗ୍ ଜିଆଓୟୁ ୨-୦ରେ ପରାସ୍ତ କରିଛନ୍ତି। ପାଞ୍ଚ ଜଣଯାକ ବିଚାରକ ଉଭୟ ରାଉଣ୍ଡରେ ଜିଆଓୟୁଙ୍କ ସପକ୍ଷରେ ୫-୦ ନିଷ୍ପତ୍ତି ଦେଇଥିଲେ। ପ୍ରଥମ ରାଉଣ୍ଡରେ ଜିଆଓୟୁ ୬-୨, ୬-୩, ୬-୨, ୬-୨, ୮-୨ରେ ଆଗୁଆ ଥିଲେ। ୨ୟ ରାଉଣ୍ଡରେ ଚୀନ୍ର ପ୍ରତିଯୋଗୀ ୧୦-୨, ୮-୩, ୭-୩, ୭-୩, ୬-୧ରେ ଆଗୁଆ ହୋଇ ମୁକାବିଲା ଜିତି ନେଇଥିଲେ। ତେବେ ରୌପ୍ୟପଦକ ଜିତି ୨୫ ବର୍ଷ ବୟସ୍କା ରୋଶିବିନା ଦେବୀ କ୍ରମାଗତ ୩ଟି ଏସୀୟ କ୍ରୀଡ଼ାରେ ପଦକ ଜିତି ପାରିଛନ୍ତି। ସେ ୨୦୨୮ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ବେଳେ ୨୦୨୩ ହ୍ବାଙ୍ଗ୍ଝୌ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ମଣିପୁରର ବିଷ୍ଣୁପୁରର ବାସିନ୍ଦା ରୋଶିବିନା ୨୦୧୩ରେ ଅର୍ଜୁନ ପୁରସ୍କାର ପାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।