ଏଇ ଭାରତରେ

Oct 06, 2026 - 08:38
ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି। ବିଶେଷକରି କନ୍ୟା ସନ୍ତାନ ପ୍ରତି ରହିଥିବା ଅନାଦର ମନୋଭାବ ଦୂର କରିବା ଲାଗି ଏହି ଗାଁ ପଦକ୍ଷେପ ନେଇଛି। ଗାଁରେ କୌଣସି ପରିବାରରେ ଝିଅଟିଏ ଜନ୍ମ ହେଲେ ଗ୍ରାମବାସୀ ମିଳିତ ଭାବେ ୧୧୧ଟି ଗଛ ଲଗାଉଛନ୍ତି ଓ ସେଗୁଡ଼ିକର ଯତ୍ନ ନେଉଛନ୍ତି। ୨୦୧୨ରେ ଶ୍ୟାମସୁନ୍ଦର ପଲିଓ୍ବାଲ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ରାମବାସୀ ମୁଖ୍ୟତଃ ଆମ୍ବ, ଅଶ୍ୱତ୍‌ଥ, ବର ଓ ଶିଶୁ ଆଦି ଗଛ ଲଗାଉଛନ୍ତି। ଗୋଟିଏ ଝିଅ ଜନ୍ମ ପରେ ଏକ ଉତ୍ସବ ଆୟୋଜନ କରାଯାଇ ଗଛ ଲଗାଯାଉଛି। ଏହିସବୁ ଗଛ ପ୍ର୍ରତ୍ୟେକଟି ଝିଅ ପାଇଁ ଏକ ସନ୍ତକ ହୋଇ ରହିଯାଏ। ଏବେ ସୁଦ୍ଧା ଗ୍ରାମବାସୀ ୩.୫ ଲକ୍ଷରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଲେଣି। କେବଳ ଏତିକି ନୁହେଁ, ଝିଅକୁ ଶିକ୍ଷାଦେବା ସହ ୧୮ ବର୍ଷ ପୂର୍ବରୁ ବିବାହ ନ ଦେବା ଲାଗି ମଧ୍ୟ ଗ୍ରାମର ପ୍ରତ୍ୟେକ ପରିବାର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।