ଏଲ୍‌.କେ. ଆଡଭାନୀ ହସ୍ପିଟାଲରେ ଭର୍ତ୍ତି: ଡାକ୍ତର କହିଲେ…

Oct 17, 2026 - 07:56
ଏଲ୍‌.କେ. ଆଡଭାନୀ ହସ୍ପିଟାଲରେ ଭର୍ତ୍ତି: ଡାକ୍ତର କହିଲେ…

ନୂଆଦିଲ୍ଲୀ,୧୭ା୧୦:ବର୍ଷୀୟାନ ଭାଜପା ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ସଂକ୍ରମଣ କାରଣରୁ ୯୮ ବର୍ଷୀୟ ଆଡଭାନୀଙ୍କୁ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ପଲ୍‌ମୋନାରି ବିଭାଗରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ବୟସାଧିକ୍ୟ କାରଣ ଯୋଗୁ ଗତ ମେ’ରେ ଆଡଭାନୀଙ୍କୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ କିଛିଦିନର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ୨୦୨୪ରେ ସେ ଏକାଧିକ ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସୂଚନାଯୋଗ୍ୟ, ଆଡଭାନୀ ୧୯୯୮ରୁ ୨୦୦୪ ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ୨୦୦୨ରୁ ୨୦୦୪ ଉପପ୍ରଧାନମନ୍ତ୍ରୀ ହୋଇଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।