ଏସୀୟ କ୍ରୀଡ଼ା​‌ରେ ମହିଳା ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି ଭାରତର ପ୍ରାଚୀ ଚୌଧୁରୀ

Sep 27, 2026 - 20:01
ଏସୀୟ କ୍ରୀଡ଼ା​‌ରେ ମହିଳା ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି ଭାରତର ପ୍ରାଚୀ ଚୌଧୁରୀ

ନାଗୋୟା: ଏସୀୟ କ୍ରୀଡ଼ା​‌ରେ ମହିଳା ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି ଭାରତର ପ୍ରାଚୀ ଚୌଧୁରୀ। ଶନିବାର ଫାଇନାଲରେ ପ୍ରାଚୀ ୫୩.୨୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ହାସଲ କରିବା ସହ ଦେଶ ପାଇଁ ପଦକ ଜିତି ପାରିଛନ୍ତି। ଏହି ଇଭେଣ୍ଟରେ ବାହାରିନର ସାଲୱା ନାସେର ୪୯.୨୦ ସେକେଣ୍ଡର ଏସୀୟ କ୍ରୀଡ଼ା ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଇରାନର ଜୋହରା ଜାରେଇ ମାନୁଜାନ ୫୨.୩୮ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଆଥଲେଟ୍ କିରଣ ପାହଲ ୫୩.୪୧ ସେକେଣ୍ଡ ସମୟ ସହ ପଞ୍ଚମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି। ଆଗକୁ ପ୍ରାଚୀ ମହିଳା ୪x୪୦୦ ମିଟର ରିଲେରେ ଭାଗନେବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।