ଏୟାର ଫ୍ରାନ୍ସର ବଡ଼ ଆକ୍ସନ୍! ୩୧ ଦେଶର ପାଇଲଟ୍‌-କ୍ରୁଙ୍କ ଉପରେ କଟକଣା, ତାଲିକାରେ….

Oct 14, 2026 - 21:55
ଏୟାର ଫ୍ରାନ୍ସର ବଡ଼ ଆକ୍ସନ୍! ୩୧ ଦେଶର ପାଇଲଟ୍‌-କ୍ରୁଙ୍କ ଉପରେ କଟକଣା, ତାଲିକାରେ….

ପ୍ୟାରିସ, ୧୪ା୧୦: ଫ୍ଲାଏଦୁବାଇ ଘଟଣା ପରେ ଏୟାର ଫ୍ରାନ୍ସ ଏକ ବଡ଼ ପଦକ୍ଷେପ ନେଇଛି। ଇସ୍ରାଏଲ ସରକାରଙ୍କ ନୂତନ ସୁରକ୍ଷା ନିୟମକୁ ପାଳନ କରି ସଂସ୍ଥା ପାକିସ୍ତାନ ସମେତ ୩୧ଟି ମୁସଲିମ ବହୁଳ ଦେଶର ପାଇଲଟ୍‌ ଏବଂ କ୍ୟାବିନ କର୍ମଚାରୀଙ୍କୁ ଇସ୍ରାଏଲ ଅଭିମୁଖୀ ବିମାନରେ କାମ କରିବାରୁ ବାରଣ କରିଛି। ଗତ ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍‌ ଆଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନକୁ ଅପହରଣ କରି କ୍ରାସ ଉଦ୍ୟମ ହୋଇଥିବା ଅଭିଯୋଗ ପରେ ଇସ୍ରାଏଲ ସରକାର ନିଜର ଆକାଶମାର୍ଗ ଓ ବିମାନବନ୍ଦରର ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିଛନ୍ତି। ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ନଥିବା ଦେଶଗୁଡ଼ିକର କର୍ମଚାରୀମାନେ ଏବେ ଇସ୍ରାଏଲ ମାର୍ଗରେ ବିମାନ ଚଳାଚଳ କରିପାରିବେ ନାହିଁ। ଏହି ୩୧ଟି ଦେଶର ତାଲିକାରେ ପାକିସ୍ତାନ, ଇରାନ, ସାଉଦି ଆରବ, ଓମାନ, ଟ୍ୟୁନିସିଆ ଓ ଆଲଜେରିଆ ଭଳି ଦେଶ ଅଛନ୍ତି। ଫ୍ରାନ୍ସର ବିଭିନ୍ନ କର୍ମଚାରୀ ୟୁନିୟନ ଏହାକୁ ଜାତିଗତ ଭେଦଭାବ ବୋଲି ଦର୍ଶାଇ ବିରୋଧ କରିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।