ଓଡ଼ିଶାର ତୀବ୍ର ପ୍ରତିବାଦ, ପଛକୁ ହଟିଲା ଆନ୍ଧ୍ର
ଓଡ଼ିଶାର ତୀବ୍ର ପ୍ରତିବାଦ, ପଛକୁ ହଟିଲା ଆନ୍ଧ୍ର
ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ର ପ୍ରଦେଶର ନିର୍ବାଚନ ଉଦ୍ୟମକୁ ନେଇ ଓଡ଼ିଶାରେ ତୀବ୍ର ହେବାରେ ଲାଗିଛି ଅସନ୍ତୋଷ । ବିରୋଧୀ ଦଳ କୋଟିଆରେ ଡେରା ପକାଇ ଆନ୍ଧ୍ରର ଚଞ୍ଚକତାକୁ ଭଣ୍ଡୁର କରିବାକୁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ଶେଷରେ ସଫଳ ହୋଇଛି ବିରୋଧୀଙ୍କ ପ୍ରଚେଷ୍ଟା । ଜୋରଦାର ବିରୋଧ ପରେ ଆନ୍ଧ୍ର ସରକାର ପଛଘୁଞ୍ଚା ଦେଇଛନ୍ତି ।
କୋଟିଆରେ କାଲି ପଞ୍ଚାୟତ ନିର୍ବାଚନ କରିବାକୁ ଫୋର୍ସ ସହ ପୋଲିଂ ପାର୍ଟି ଆସିଥିଲେ । ହେଲେ କୋଟିଆ ପଞ୍ଚାୟତର ଲୋକେ, କୋରାପୁଟ ପ୍ରଶାସନ ଓ ପୋଲିସ ଏହାକୁ ଜୋରଦାର ପ୍ରତିବାଦ କରିଥିଲେ । ଫଳରେ ଆନ୍ଧ୍ରର ପୋଲିଂ ପାର୍ଟିକୁ ପଛଘୁଞ୍ଚା ଦେବାକୁ ପଡ଼ିଛି । ଆଜି ସାରା ଦିନ ସୀମାନ୍ତ କୋଟିଆରେ ଉତ୍ତେଜନା ଲାଗି ରହିଥିବା ବେଳେ ଗୋ-ବ୍ୟାକ ନାରାରେ କମ୍ପିଥିଲା ପୂରା ଅଞ୍ଚଳ । ନେରେଡିୱାଲ୍ସା, ଉପର ଉପରସେମ୍ବିରୁ ପଞ୍ଚଘୁଞ୍ଚା ଦେଇଥିଲା ଆନ୍ଧ୍ର ପ୍ରଶାସନ । ସର୍ବଦଳୀୟ ନେତାଙ୍କ ଆଗରେ ହାର ମାନିଥିଲା ଆନ୍ଧ୍ର । ଏହା ଓଡ଼ିଶାର ପ୍ରଥମ ବିଜୟ ବୋଲି କୁହାଯାଉଛି । ଆଜି ବିଜେଡି, କଂଗ୍ରେସ, ବିଜେପି ଏକାଠି ହୋଇଥିଲେ କୋଟିଆ ପାଇଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।