ଓମାର ସରକାରରେ ସଙ୍କଟ

Nov 02, 2026 - 08:20
ଓମାର ସରକାରରେ ସଙ୍କଟ

ଶ୍ରୀନଗର,୨ା୧୧: ଜମ୍ମୁ-କଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାର ବଡ଼ ଧରଣର ଆଭ୍ୟନ୍ତରୀଣ ସଙ୍କଟର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ୨୫ ଜଣ ଅସନ୍ତୁଷ୍ଟ ବିଧାୟକ ସେମାନଙ୍କ ଦାବି ପୂରଣ ପାଇଁ ଦଳର ନେତୃତ୍ୱକୁ ୧୪ ଦିନିଆ ମହଲତ ଦେଇଛନ୍ତି। ୧୪ ଦିନ ମଧ୍ୟରେ ହାଇକମାଣ୍ଡ ଦାବି ପୂରଣ ନ କଲେ ସେମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ଚେତାବନୀ ଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ରାଜଭବନକୁ ପଦଯାତ୍ରାରେ ଯାଇ ଆନୁଷ୍ଠାନିକ ଭାବେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ନ୍ୟାଶନାଲ କନ୍‌ଫରେନ୍ସରେ ଅଭୂତପୂର୍ବ ବିଦ୍ରୋହ ମୁଣ୍ଡ ଟେକିଛି ଏବଂ ଓମାରଙ୍କ ନେତୃତ୍ୱ ଉପରେ ଚାପ ବଢ଼ିଛି। ବିଦ୍ରୋହୀ ଗୋଷ୍ଠୀ ସରକାରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଚାହୁଁଛନ୍ତି। ସମସ୍ତ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗରୁ ବିଦା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ତୁରନ୍ତ ବହିଷ୍କାର କରାଯିବାକୁ ସେମାନେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।