କଟକରେ ମହାଦେବଙ୍କ ଦିବ୍ୟ ଦର୍ଶନ, ମନ ମୋହୁଛି ପଶୁପତିନାଥଙ୍କ ରୂପ

Oct 20, 2026 - 09:55
କଟକରେ ମହାଦେବଙ୍କ ଦିବ୍ୟ ଦର୍ଶନ, ମନ ମୋହୁଛି ପଶୁପତିନାଥଙ୍କ ରୂପ

ନନ୍ଦିଘୋଷ ବ୍ୟୁରୋ :  ପୂଜା ମଣ୍ଡପରେ ନେପାଳର ପ୍ରସିଦ୍ଧ ପଶୁପତିନାଥ ଶିବ । କଟକର ଦୁର୍ଗାପୂଜାରେ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅନନ୍ୟ ସମନ୍ୱୟ । ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ସହ ହର-ପାର୍ବତୀଙ୍କ ମୃଣ୍ମୟୀ ପ୍ରତିମା ଭକ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି କଟକ ନୟାସଡ଼କସ୍ଥିତ ମାରୱାଡ଼ି ସମାଜର ପୂଜା ମଣ୍ଡପ । ଏଠାରେ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା ପାଉଛନ୍ତି ନେପାଳର ପ୍ରସିଦ୍ଧ ପଶୁପତିନାଥ ମହାଦେବଙ୍କ ରୂପ । ନେପାଳର କାଠମାଣ୍ଡୁରେ ଅବସ୍ଥିତ ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ଭଗବାନ ଶିବଙ୍କ ଏକ ମହାନ ତୀର୍ଥକ୍ଷେତ୍ର ଭାବେ ପରିଚିତ । ଏହି ପବିତ୍ର ଶୈବ ପରମ୍ପରାର ଆଧ୍ୟାତ୍ମିକ ଭାବନାକୁ ନେଇ କଟକର ଏହି ପୂଜା ମଣ୍ଡପରେ ମହାଦେବଙ୍କ ଦର୍ଶନ କରିବାର ସୁଯୋଗ ପାଉଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ବର୍ଷ ଧରି ଏଠାରେ ହର-ପାର୍ବତୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇଆସୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।