କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”
ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ ଗୋମାଂସ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାନୁସାରେ, ଏକ ବୋଲେରୋ ପିକ୍ଅପ୍ (ଓଡି-୦୨-ଡବ୍ଲ୍ୟୁ-୪୦୮୭)ରେ ମାଂସ ଚାଲାଣ ହେଉଥିବା ଖବର ପାଇ ପୁଲିସ ଗାଡ଼ିଟିକୁ ପିଛା କରିଥିଲା। ପରେ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। କଣ୍ଟେନର ଭିତରେ ‘HenPro’ ଓ ‘Cattle Feed’ ଲେଖାଥିବା ବସ୍ତାରେ ମାଂସ ପ୍ୟାକିଂ କରାଯାଇଥିବା ଜଣାପଡ଼ିଥିଲା।
ପୁଲିସ ଗାଡ଼ି ସହ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଜବତ ମାଂସ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୁଲିସ ଖୋଳତାଡ଼ କରୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।