କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି

Sep 03, 2026 - 17:13
କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି

ନନ୍ଦିଘୋଷ ବ୍ୟୁରୋ : ସୁନା ଚେନ ପକାଇ ମର୍ଣ୍ଣିଂ ୱାକ କରୁଥିଲେ ସାବଧାନ । ହାର ପକାଇ ଫୁଲ ତୋଳୁଥିଲେ ହୁଅନ୍ତୁ ସତର୍କ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଏଭଳି ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି । ଯେଉଁମାନେ ମର୍ଣ୍ଣିଂ ୱାକ୍, ଫୁଲ ତୋଳୁଥିବା ପ୍ରାପ୍ତ ବୟସ୍କ ଓ ମହିଳାଙ୍କୁ ଟାର୍ଗେଟ କରିଥାନ୍ତି । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଲୁଟେରା ଲୁଟ କରିବା ବେଳର Exclusive ସିସିଟିଭି।  ଗ୍ୟାଙ୍ଗର ୩ ଲୁଟେରାଙ୍କ ସହ ୨ ଜଣ ରିସିଭରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ହେଲେ ଅରୁଣ ସାହୁ, ଦୀପକ ଭଞ୍ଜ, କିଷାନ ଭୋଇ, ସ୍ୱୟଂସୁ ସାମଲ । ଏହି ଗ୍ୟାଙ୍ଗରେ ଜଣେ ନାବାଳକ ମଧ୍ୟ ରହିଛି ।

ସେମାନଙ୍କ ଠାରୁ ୭୦ ଗ୍ରାମର ୮ଟି ସୁନା ଚେନ ଓ ଗୋଟିଏ ମୁଦି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହାସହ ଲୁଟେରା ବ୍ୟବହାର କରୁଥିବା ୫ଟି ବାଇକ ମଧ୍ୟ ଜବତ କରିଛି ପୋଲିସ । ପାହାଳ, ବାଲିଅନ୍ତା, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଆଦି ଥାନା ଅଧୀନରେ ଏମାନେ ଲୁଟପାଟ କରି ଛାତି ଥରାଇ ଦେଉଥିଲେ। କେବଳ ଭୁବନେଶ୍ୱର ନୁହେଁ, କଟକ ସଦର ଥାନା ଅଧୀନରେ ମଧ୍ୟରେ ଲୋକଙ୍କ ଠାରୁ ଝାମ୍ପି ନେଉଥିଲେ ସୁନା ଚେନ।

ଏ ନେଇ ଅଭିଯୋଗ ପରେ ଅଭିଯୁକ୍ତଙ୍କ ଉପରେ ନଜର ରଖିଥିଲା ସ୍ପେଶାଲ ସ୍କ୍ବାଡ। ଆଜି ପୁରା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ। ଲୁଟେରାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ସେପଟେ ଲୁଟର ଶିକାର ବ୍ୟକ୍ତିଙ୍କୁ ତାଙ୍କ ସୁନା ଅଳଙ୍କାର ଫେରାଇଛି ପୋଲିସ । ଏ ଦିଗରେ ସତର୍କ ରହିବାକୁ ମଧ୍ୟ ନିବେଦନ କରିଛନ୍ତି ପୋଲିସ କମିଶନର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।