କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

Aug 15, 2026 - 14:51
କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ ଆୟୋଜିତ ବ୍ଲକସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ବ୍ଲକ ସଦର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାରା ପରେଡ୍‌ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଖେଳଶିକ୍ଷକ ବେଣୁଧର ନାଗ ପରିଚାଳନା କରିଥିଲେ। ଏଥିରେ ଛୋଟଛୋଟ ଶିଶୁମାନେ ବିଭିନ୍ନ ମହାପୁରୁଷଙ୍କ ବେଶରେ ସଜ୍ଜିତ ହୋଇଥିଲେ। କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ତହସିଲ ଅଫିସରେ ତହସିଲଦାର ଅରୁଣ ବର୍ଗେ, ବ୍ଲକ କାର୍ଯ୍ୟାଳୟଠାରେ ବିଡିଓ ସୁଚରିତା ମୁଗ୍ରୀ, ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ଏବିଇଓ ଗୋପମଣି ସାହୁ, ବ୍ଲକ ସଦରସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସାମାଜିକ କର୍ମୀ ଦିନବନ୍ଧୁ ସାହୁ, କୃଷି କାର୍ଯ୍ୟାଳୟରେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, କର୍ଲାମୁଣ୍ଡା ସଚେତନ ନାଗରିକ କମିଟି ପକ୍ଷରୁ ଦଶରଥ ସାହୁ, ଆଇସିଡିଏସ୍‌ କାର୍ଯ୍ୟାଳୟରେ ସିଡିପିଓ କଳ୍ପଳତା ତ୍ରିପାଠୀ, କର୍ଲାମୁଣ୍ଡା ବ୍ଲକ ବିଜାପାଟିଠାରେ ଥିବା କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ କାର୍ଯ୍ୟାଳୟଠାରେ ସଭାପତି ସୁରେଶ ଚୌଧୁରୀ ପତାକା ଉତ୍ତୋଳନ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।