କଲକାତାର ଇଷ୍ଟବେଙ୍ଗଲ କ୍ଲବ୍‌ ଏସିଆର ସର୍ବପୁରାତନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଡ୍ୟୁରାଣ୍ଡ କପ୍‌ ଜିତିଛି

Aug 24, 2026 - 21:11

କଲକାତା:କଲକାତାର ଇଷ୍ଟବେଙ୍ଗଲ କ୍ଲବ୍‌ ଏସିଆର ସର୍ବପୁରାତନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଡ୍ୟୁରାଣ୍ଡ କପ୍‌ ଜିତିଛି। ରବିବାର ଡ୍ୟୁରାଣ୍ଡ କପ୍‌ର ୧୩୧ତମ ସଂସ୍କରଣର ଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କଲକାତାର ମୋହନ ବାଗାନ କ୍ଲବ୍‌କୁ ୪-୧ ଗୋଲ୍‌ରେ ଇଷ୍ଟବେଙ୍ଗଲ ପରାସ୍ତ କରିଛି। ଏହି ବିଜୟ ଫଳରେ ୨୨ ବର୍ଷ ପରେ ଇଷ୍ଟବେଙ୍ଗଲ ଡ୍ୟୁରାଣ୍ଡ କପ୍‌ ଜିତିପାରିଛି। ପୁଣି ୧୭ ଥର ଏହି ମର୍ଯ୍ୟାଦାଜନକ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଜିତି ମୋହନ ବାଗାନ ସହ ଇଷ୍ଟବେଙ୍ଗଲ ସମକକ୍ଷ ହୋଇପାରିଛି। ୧୦ ମିନିଟରେ ବିପିନ ସିଂହ ଗୋଲ୍‌ ଦେଇ ଇଷ୍ଟବେଙ୍ଗଲକୁ ଆଗୁଆ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।