କଳାକାରଙ୍କ ଜୀବନ୍ତ ଅଭିନୟରେ ତାତିଲେ ଦର୍ଶକ ; ଷ୍ଟେଜ୍ ଉପରକୁ ଫିଙ୍ଗିଲେ ଚେୟାର

Oct 05, 2026 - 18:23
କଳାକାରଙ୍କ ଜୀବନ୍ତ ଅଭିନୟରେ ତାତିଲେ ଦର୍ଶକ ; ଷ୍ଟେଜ୍ ଉପରକୁ ଫିଙ୍ଗିଲେ ଚେୟାର

ନନ୍ଦିଘୋଷ ବ୍ୟୁରୋ: ମଞ୍ଚରେ କଳାକାରଙ୍କ ଜୀବନ୍ତ ଅଭିନୟରେ ତାତିଲେ ଦର୍ଶକ। ଚେୟାର ଫିଙ୍ଗିବା ସହିତ ଷ୍ଟେଜକୁ ଚଢି କଳାକାରଙ୍କୁ ପିଟିବାକୁ ପଛାଇଲେ ନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି ଅପେରା ଜାଜ୍ଞସେନୀ ପାର୍ଟିରେ।

ସୂଚନା ଅନୁଯାୟୀ, ବାଲେଶ୍ବର ଭୋଗରାଇ ଜଳେଶ୍ବରପୁର ଶିଶୁ ମନ୍ଦିର ପଡିଆରେ ଅପେରା ଚାଲିଥିଲା। ଜାଜ୍ଞସେନୀ ସନାତନି ନାଟକ ପରିବେଷଣ କରିଥିଲା। ଏହି ନାଟକ ପରିବେଷଣ ସମୟରେ ହିନ୍ଦୁ ଝିଅ ବୋହୂଙ୍କୁ ମୁସଲିମ୍ ମାନେ ହଇରାଣ ହରକତ କରୁଥିବା ସମୟରେ ଦୃଶ୍ୟରେ ଦର୍ଶକ ଭାବୁକ ହେବା ସହିତ ଉତ୍ତେଜିତ ହୋଇ ଠେଲାପେଲା କରିବା ସହ ଷ୍ଟେଜ ଉପରକୁ ଚେୟାର ଓ ପାଣିବୋତଲ ମାଡ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।