କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

Sep 12, 2026 - 21:45
କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର ଗ୍ରାମବାସୀଙ୍କ ହେଉଥିବା କ୍ଷୟକ୍ଷତି ନେଇ ଶନିବାର ଅପରାହ୍ନରେ ଭୁବନେଶ୍ୱର ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ (ଡିଜାଇନ) ଓ ଶାଳପଡା ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରତାପ ଦାସ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।

ଏଥିସହ ବିଭିନ୍ନ ଦିଗ ପ୍ରତି ଅନୁଧ୍ୟାନ ମଧ୍ୟ କରିଥିଲେ । ନିର୍ବାହୀଯନ୍ତ୍ରୀ ହିତେଶ ସାହୁ, ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ମାରାଣ୍ଡି ଏବଂ କନିଷ୍ଠ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଅଧିକାରୀଙ୍କ ସହିତ ସ୍ଥାନୀୟ ସାଳନ୍ଦୀ ବିକାଶ ପରିଷଦର ସମ୍ପାଦକ ବିଶ୍ୱରଞ୍ଜନ ପାଣିଗ୍ରାହୀ, ଶତ୍ରୁଘ୍ନ ରାଉତ, ବିଜୟ ସାମଲ, ଲକ୍ଷ୍ମଣ ମହାପାତ୍ର, ସଦାଶିବ ଖମାରୀ, ହରମୋହନ ପଣ୍ଡା, ଗୌରାଙ୍ଗ ରାଉତ, ପଦ୍ମନାଭ ବେହେରା, ଅପୂର୍‌ ମହାପାତ୍ର, ଚିନ୍ତାମଣି ଦାସ ପ୍ରମୁଖ ଉପସ୍ଥିତ ଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।