କାନ୍ଦୁଛି ମାଟି ଦୀପ…
ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସିଲାଣି ଦୀପାବଳି । ଆଲୋକର ପର୍ବ ପାଇଁ ସବୁଠି ଉତ୍ସାହ । ଦୀପର ଆଲୋକରେ ଝଲସିବ ଗାଁ ଠୁ ସହର । ଏଥିପାଇଁ କଟକ କୁମ୍ଭାର ସାହିରେ ବରିଷ୍ଠ କାରିଗରମାନେ ଦୀପ ତିଆରିରେ ଲାଗି ପଡ଼ଛନ୍ତି। ଛୋଟବଡ ଦୀପ ସବୁ କରି ଶୁଖାଉଛନ୍ତି । ଦିନେ ଦୁଇଦିନ ମଧ୍ଯରେ ବିକ୍ରିପାଇଁ ବଜାରକୁ ପଠାଯିବ । ହେଲେ ଆଉ ପୂର୍ବପରି ସେତେଟା ଆଗ୍ରହ ନଥିବା କହିଛନ୍ତି କୁମ୍ଭକାର । ପୂର୍ବପରି ଆଉ ସେତେଟା ଅର୍ଡର ଆସୁନି କି ଲୋକେ ଆଗ୍ରହ ଦେଖାଉ ନାହାନ୍ତି । ମାଟି ଓ ମଜୁରୀ ଅର୍ଥ ବାହାରୁ ନଥିବା କହିଛନ୍ତି କୁମ୍ଭକାର ।
କିଛିବର୍ଷ ହେଲା କୋଲକାତାରୁ ଗଙ୍ଗାମାଟିରେ ପ୍ରସ୍ତୁତ ଫ୍ୟାନସୀ ଦୀପ ଓଡିଶାକୁ ଅଧିକ ଆସୁଛି । ମେସିନରେ ତିଆର ହେଉଥିବାରୁ ଏହା ଆକର୍ଷଣିୟ ଓ ମୂଲ୍ୟ ମଧ୍ଯ ମାଟିଦୀପଠାରୁ କମ ରହୁଛି । ଏଥିପାଇଁ ପାରମ୍ପରିକ ମାଟି ଦୀପ ବଦଳରେ ଏସବୁ କିଣିବାକୁ ଲୋକେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ମାଟି ସହ ସହାୟତା ଯୋଗାଇଦେଲେ ଏହି କୌଳିକବୃତ୍ତି ପ୍ରତି ଆଗ୍ରହ ବଢ଼ନ୍ତା ବୋଲି କହିଛନ୍ତି କାରିଗର ।
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବର୍ଷା ଯୋଗୁଁ ଦୀପ ତିଆରି ଟିକିଏ ବିଳମ୍ବ ହୋଇଥିଲେ ସୁଦ୍ଧା କମ ପରିମାଣର ଦୀପ ତିଆରି ହେଉଥିବାରୁ ଖୁବଶୀଘ୍ର ଏହା ପ୍ରସ୍ତୁତ ହେବ ବୋଲି କହିଛନ୍ତି କାରିଗର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।