କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ
ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍କାଲ୍ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ସ୍ବର୍ଣ୍ଣ ପଦକ ମ୍ୟାଚ୍ରେ ସୁଜିତ ତାଜିକିସ୍ତାନର ଅବଦୁଲମାଜିଦ କୁଡିଭଙ୍କ ବିପକ୍ଷରେ ପ୍ରଥମେ ପଛୁଆ ରହିବା ପରେ ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିଥିଲେ। ସୁଜିତ ଫାଇନାଲ ରାଉଣ୍ଡରେ ୧୦-୯ ରୋମାଞ୍ଚକର ବିଜୟ ହାସଲ କରିଥିଲେ।
ସ୍ବର୍ଣ୍ଣ ପଦକ ମ୍ୟାଚ୍ ପୂର୍ବରୁ, ସୁଜିତ ଅଲିମ୍ପିକ ଚାମ୍ପିୟନ କୋଟାରା କିୟୁକାଙ୍କୁ ୩-୩ରେ ପରାସ୍ତ କରି ଏସୀୟ କ୍ରୀଡ଼ାରେ ପୁରୁଷ ୬୫ କିଲୋଗ୍ରାମ ବର୍ଗର ଫାଇନାଲରେ ପହଞ୍ଚିଥିଲେ। ପରବର୍ତ୍ତି ସମୟରେ ସୁଜିତ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି। ଅନ୍ୟପଷକ୍ଷ ଭାରତ ୧୫ ସ୍ବର୍ଣ୍ଣ ସହ ପଦକ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।