କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

Oct 09, 2026 - 20:02
କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ ହୋଇଥିବା ୟୁଟ୍ୟୁବର ତଥା ଇନଫ୍ଲ୍ୟୁଏନ୍ସର ବର୍ତ୍ତମାନ ସାମାଜିକ, ରାଜନୈତିକ, ପରିବେଶଗତ ଓ ଟ୍ରେଣ୍ଡି ପ୍ରସଙ୍ଗକୁ ନେଇ ଭିଡିଓ ତିଆରି କରୁଛନ୍ତି । ସରଳ ଭାଷା, ଗ୍ରାଫିକ୍ସ ଓ ଉଦାହରଣ ମାଧ୍ୟମରେ ଜଟିଳ ପ୍ରସଙ୍ଗଗୁଡ଼ିକୁ ବ୍ୟାଖ୍ୟା କରିବା ତାଙ୍କର ବିଶେଷତ୍ୱ।

ବେଙ୍ଗାଲୁରୁରେ CJP ଦ୍ୱାରା ଆୟୋଜିତ SIR ପ୍ରତିବାଦରେ ତାଙ୍କ ଉପସ୍ଥିତି ତାଙ୍କୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି । ରାଠି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ (ଏକ୍ସ) ରେ ଏକ ଭିଡିଓ ମାଧ୍ୟମରେ ଏହା ନିଶ୍ଚିତ କରିଛନ୍ତି ଓ ଲୋକମାନଙ୍କୁ ବେଙ୍ଗାଲୁରୁ ଓ ଦିଲ୍ଲୀ – ଉଭୟ ସ୍ଥାନରେ ହେବାକୁ ଥିବା ବିକ୍ଷୋଭରେ ସାମିଲ ହେବାକୁ ଆହ୍ୱାନ ମଧ୍ୟ ଜଣାଇଛନ୍ତି ।

୮ ଅକ୍ଟୋବର ୧୯୯୪ରେ ହରିୟାଣାର ରୋହତକରେ ଧ୍ରୁବ ରାଠିଙ୍କ ଜନ୍ମ । ତାଙ୍କ ମାଆ ଜଣେ ଶିକ୍ଷୟିତ୍ରୀ ଥିବାବେଳେ ବାପା ଜଣେ ଇଞ୍ଜିନିୟର ଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ରୋହତକର ଏକ ସ୍କୁଲରୁ ହୋଇଥିଲା। ତଥାପି, ତାଙ୍କ ପରିବାର ପରେ ଦିଲ୍ଲୀ ଚାଲିଯାଇଥିଲେ, ଯେଉଁଠାରେ ଧ୍ରୁବ ତାଙ୍କର ଶିକ୍ଷା ଜାରି ରଖିଥିଲେ।

ଧ୍ରୁବ ରାଠୀ ତାଙ୍କ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୮୪% ରୁ ୮୫% ନମ୍ବର ରଖିଥିଲେ। ସେ ନିଜର ଅଫିସିଆଲ୍ X (ଟ୍ୱିଟର) ଆକାଉଣ୍ଟରେ ସାର୍ବଜନୀନ ଭାବେ ଜଣାଇଥିଲେ ଯେ, ୨୦୧୨ ମସିହାରେ ସେ ଦ୍ୱାଦଶ ବୋର୍ଡ (PCMB + ଇଂରାଜୀ) ରେ ସମୁଦାୟ ୮୪% ମାର୍କ ହାସଲ କରିଥିଲେ। ଗଣମାଧ୍ୟମର ଆକଳନ ଅନୁଯାୟୀ ତାଙ୍କର ବର୍ତ୍ତମାନର ସମ୍ପତ୍ତି (net worth) ପ୍ରାୟ ₹୨୫ କୋଟିରୁ ₹୫୮ କୋଟି (ପାଖାପାଖି ୩ ନିୟୁତରୁ ୭ ନିୟୁତ ଆମେରିକୀୟ ଡଲାର) ମଧ୍ୟରେ ବୋଲି ଅନୁମାନ କରାଯାଏ। ତେବେ, ଏହି ସମ୍ପତ୍ତିର ପରିମାଣ ସମ୍ପୂର୍ଣ୍ଣ ରୂପେ ତାଙ୍କ ୟୁଟ୍ୟୁବ୍ ବିଜ୍ଞାପନ ଆୟ ଏବଂ ପ୍ରାୟୋଜକତା (ସ୍ପନସରସିପ୍) ର ଶିଳ୍ପ ବିଶ୍ଳେଷଣ ଉପରେ ଆଧାରିତ, କାରଣ ରାଠୀ ନିଜେ କେବେହେଲେ ତାଙ୍କର ପ୍ରକୃତ ବ୍ୟକ୍ତିଗତ ସମ୍ପତ୍ତି ସମ୍ପର୍କରେ ସାର୍ବଜନୀନ ଭାବେ ନିଶ୍ଚିତ କରିନାହାନ୍ତି।

ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରିବା ଆରମ୍ଭ କଲେ। ୨୦୧୭-୧୮ରେ, ସେ ୟୁଟ୍ୟୁବକୁ ପ୍ରାଥମିକତା ଦେବା ଆରମ୍ଭ କଲେ ଓ ଆଜି, ସେ ୧୮.୯ ମିଲିୟନ ଫଲୋର୍ସ(ଇନଷ୍ଟାଗ୍ରାମ) ଓ ୩୩ ମିଲିୟନ ସବସ୍କ୍ରାଇବର୍ ସହିତ ସବୁଠାରୁ ପ୍ରସିଦ୍ଧ ୟୁଟ୍ୟୁବର୍ ମଧ୍ୟରୁ ଜଣେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।