କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଗର୍ଭବତୀ ମହିଳାଙ୍କୁ ମିଳିବ ୬ହଜାର ଟଙ୍କା, ଜାଣନ୍ତୁ କେମିତି ଉଠାଇବେ ଫାଇଦା
ନୂଆଦିଲ୍ଲୀ,୨୩।୧୦: ଗର୍ଭାବସ୍ଥା (Pregnancy) ଏବଂ ଶିଶୁ ଜନ୍ମ ସମୟରେ ମହିଳାମାନଙ୍କୁ ଅନେକ ପ୍ରକାରର ଶାରୀରିକ ତଥା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କାମ ବନ୍ଦ ହେବା କିମ୍ୱା ଖର୍ଚ୍ଚ ବଢ଼ିବା ଯୋଗୁଁ ପରିବାର ଉପରେ ଆର୍ଥିକ ବୋଝ ମଧ୍ୟ ପଡ଼ିଥାଏ। ମହିଳାମାନଙ୍କର ଏହି ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY) ଚଳାଉଛନ୍ତି।
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଏହି ଯୋଜନା ଅଧୀନରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ସିଧାସଳଖ ବ୍ୟାଙ୍କ ଖାତାରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଜାଣନ୍ତୁ ଏହି ଯୋଜନାର ଲାଭ କିପରି ନିଆଯାଇପାରିବ ଏବଂ କାହାକୁ କେତେ ଟଙ୍କା ମିଳିଥାଏ।
ଏହି ଯୋଜନାରେ ଶିଶୁ ଜନ୍ମ ହିସାବରେ ଭିନ୍ନ ଭିନ୍ନ କିସ୍ତିରେ ଟଙ୍କା ଦିଆଯାଏ। ପ୍ରଥମ ଜୀବିତ ଶିଶୁ ଜନ୍ମରେ ସରକାର ମୋଟ ୫,୦୦୦ ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରନ୍ତି। ପ୍ରଥମ କିସ୍ତି ୩,୦୦୦ ଟଙ୍କାର ହୋଇଥାଏ। ଗର୍ଭାବସ୍ଥା ପଞ୍ଜୀକରଣ (Pregnancy Registration) ଏବଂ ଅନ୍ତତଃ ଗୋଟିଏ ପ୍ରସବପୂର୍ୱ ଯାଞ୍ଚ (Antenatal Check-up) କରାଇବା ପରେ ଏହି ରାଶି ପ୍ରଦାନ କରାଯାଏ।
ଦ୍ୱିତୀୟ କିସ୍ତି ୨,୦୦୦ ଟଙ୍କାର ହୋଇଥାଏ, ଯାହା ଶିଶୁ ଜନ୍ମ ପଞ୍ଜୀକରଣ ଏବଂ ୧୪ ସପ୍ତାହ ପର୍ଯ୍ୟନ୍ତର ସମସ୍ତ ଟୀକାକରଣ ପରେ ମିଳିଥାଏ।
ଯଦି ଦ୍ୱିତୀୟ ସନ୍ତାନ ଝିଅ ହୁଏ, ତେବେ ସରକାର ଏକାଥରକେ ୬,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରନ୍ତି। ଯଦି ସରକାରୀ ବା ସୱୀକୃତିପ୍ରାପ୍ତ ଡାକ୍ତରଖାନାରେ ପ୍ରସବ ହୁଏ, ତେବେ ଜନନୀ ସୁରକ୍ଷା ଯୋଜନା ଅଧୀନରେ ଅଲଗା ଭାବେ ଟଙ୍କା ମିଳିଥାଏ। ଏସବୁ ମିଶାଇ ପ୍ରଥମ ସନ୍ତାନ ଉପରେ ହାରାହାରି ୬,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ। ଏହି ଟଙ୍କା ସିଧାସଳଖ DBT ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ କିମ୍ୱା ଡାକଘର (ପୋଷ୍ଟ ଅଫିସ) ଖାତାକୁ ପଠାଯାଏ।
ଏହି ଯୋଜନା ସମସ୍ତ ଯୋଗ୍ୟ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ। ପ୍ରଥମ ସନ୍ତାନ ପାଇଁ ଏବଂ ଦ୍ୱିତୀୟ ସନ୍ତାନ ଝିଅ ହେଲେ ଏହି ସୁବିଧା ମିଳିଥାଏ। ଯେଉଁ ମହିଳାମାନେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରୁଛନ୍ତି, କିମ୍ୱା କୌଣସି ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (PSU)ରେ କାର୍ଯ୍ୟ କରୁଛନ୍ତି, ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ।
ଯଦି ଆପଣ କିମ୍ୱା ଆପଣଙ୍କ ପରିବାରର କେହି ଏହି ଯୋଜନା ପାଇଁ ଯୋଗ୍ୟ, ତେବେ ଏହି ଉପାୟରେ ଆବେଦନ କରାଯାଇପାରିବ:
* ନିଜର ନିକଟତମ ଅଙ୍ଗନୱାଡ଼ି କେନ୍ଦ୍ର (Anganwadi Centre) କିମ୍ୱା ସୱାସ୍ଥ୍ୟ କେନ୍ଦ୍ରକୁ ଯାଇ ପଞ୍ଜୀକରଣ କରାନ୍ତୁ।
* ଆପଣ ନିଜେ ମଧ୍ୟ ଅନଲାଇନ ଅଫିସିଆଲ ପୋର୍ଟାଲ pmmvy.wcd.gov.in ଜରିଆରେ ଆବେଦନ କରିପାରିବେ।
ବିଜ୍ଞାପନ
ଆବେଦନ ସମୟରେ ଆଧାର କାର୍ଡ଼ର ସୂଚନା, ଗର୍ଭାବସ୍ଥା ସମ୍ୱନ୍ଧୀୟ ଦସ୍ତାବିଜ ଏବଂ ବ୍ୟାଙ୍କ ପାସବୁକ ବିବରଣୀ ପ୍ରଦାନ କରିବାକୁ ପଡ଼ିବ। ଏହା ପରେ ଆପଣ ପୋର୍ଟାଲ୍ରେ ନିଜ ଆବେଦନର ସ୍ଥିତି (Status) ମଧ୍ୟ ଯାଞ୍ଚ କରିପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।