କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…
ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ ଗୁଡ୍ବୁକ୍ରେ ଅଛନ୍ତି। ତେବେ ଏମ୍ପି ଏବଂ ମନ୍ତ୍ରୀପୂର୍ବରୁ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ ଓଡ଼ିଶାର ବାଲେଶ୍ୱର ଜିଲାରେ ପ୍ରଥମେ ଜିଲାପାଳ ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ। ତେଣୁ ବାଲେଶ୍ୱର ପ୍ରତି ତାଙ୍କର ଦୁର୍ବଳତା ରହିଥିବାରୁ ଏବେ ତାଙ୍କର ଏମ୍ପି ପାଣ୍ଠିରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ୧କୋଟି ୭୦ଲକ୍ଷ ଏବଂ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ୧କୋଟି ୪୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ନୀଳଗିରି ହସ୍ପିଟାଲର ବିଭିନ୍ନ ବିଭାଗର ଉନ୍ନତିକରଣରେ ଏହି ଅର୍ଥ ବ୍ୟୟ କରାଯିବ ବୋଲି ଚିଠିରେ ସୂଚନା ମିଳିଛି।
ବାଲେଶ୍ୱର ଏବଂ ନୀଳଗିରି ପ୍ରତି ମନ୍ତ୍ରୀ ବୈଷ୍ଣବଙ୍କ ଏପରି ଉଦାର ଅବଦାନ ସ୍ବାସ୍ଥ୍ୟସେବାକୁ ଅଧିକ ସଦୃଢ ଓ ସୁବ୍ୟବସ୍ଥିତ କରିବା ଦିଗରେ ଏହି ଅର୍ଥରାଶି ନିଶ୍ଚିତ ଭାବେ ଏକ ମହତ୍ତ୍ବପୂର୍ଣ୍ଣ ସହାୟକ ହେବ। ବିଶେଷକରି ଗରିବ, ଅସହାୟ ଓ ସାଧାରଣ ଲୋକମାନେ ଏହାର ସୁଫଳ ପାଇବେ ବୋଲି ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି। ଏହି ଜନହିତକର ପଦକ୍ଷେପ ପାଇଁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ପ୍ରତାପ ଷଡ଼ଙ୍ଗୀ ହୃଦୟରୁ ଧନ୍ୟବାଦ ଓ ସାଧୁବାଦ ଜ୍ଞାପନ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।